୧୫ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକିଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

୧୫ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକିଦେଲେ!

ରେଢ଼ାଖୋଲ୍‌ (ରମାକାନ୍ତ ମହାନନ୍ଦ): ୧୫ ହଜାର ଟଙ୍କାରେ ମାସେ ୭ଦିନର ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହଳି ଗାଁରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଚାଇଲଡ୍‌ ଲାଇନ୍‌ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି।

କେଉଟିବାହଳି ଗାଁର ଶଙ୍କର କର୍ଣ୍ଣଙ୍କ ପତ୍ନୀ ନଳିନୀ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ସେ ନିଜର ଶିଶୁ କନ୍ୟାକୁ ରେଢାଖୋଲ ଥାନା ତ୍ରୀବଣପୁର ପଞ୍ଚାୟତର କୁଷାପାଲି ଗାଁର ଲଳିତ ପ୍ରଧାନ ଓ ସୁଶମା ପ୍ରଧାନଙ୍କୁ ବିକ୍ରି କରିଦେଇଥିଲେ। ଶିଶୁ ବିକ୍ରି ସମ୍ପର୍କରେ ଖବର ପାଇ ରେଢାଖୋଲ ଚାଇଲଡ୍‌ଲାଇନ୍‌ କର୍ମକର୍ତ୍ତାମାନେ ଚାରମାଲ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ବିଳମ୍ୱିତ ରାତିରେ ପୁଲିସ ଓ ଚାଇଲଡ୍‌ଲାଇନ୍‌ କର୍ମକର୍ତ୍ତାମାନେ କୁଷାପାଲି ଗାଁକୁ ଯାଇଥିଲେ। ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ଚାଲିଛି। ପରେ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ରଖାଯିବ ବୋଲି ଚାଇଲଡ ଲାଇନ ସଦସ୍ୟ କହିଛନ୍ତି।

କନ୍ୟାଶିଶୁ କିଣିଥିବା ଦମ୍ପତି କହିଛନ୍ତି, ଆମର କୌଣସି ସନ୍ତାନ ନଥିବାରୁ ଶିଶୁକୁ ଆଣିଥିଲୁ। ଶିଶୁକୁ ପୋଷ୍ୟ ସନ୍ତାନ ଭାବରେ ରଖିବୁ। ସେଥିପାଇଁ ରେଢାଖୋଲ କୋର୍ଟରେ ଆପିଡେବିଟ କରିଛୁ ବୋଲି କହିଛନ୍ତି ଦମ୍ପତି।

The post ୧୫ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକିଦେଲେ! appeared first on Odisha Reporter.



from Odisha Reporter https://ift.tt/34A081W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages