ବଢ଼ିଲା ପ୍ଲେଅଫ୍ ରୋମାଞ୍ଚ, ସପ୍ତମରୁ ସିଧା ଟପ୍-୪ରେ ପହଞ୍ଚିଲା ହାଇଦ୍ରାବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

ବଢ଼ିଲା ପ୍ଲେଅଫ୍ ରୋମାଞ୍ଚ, ସପ୍ତମରୁ ସିଧା ଟପ୍-୪ରେ ପହଞ୍ଚିଲା ହାଇଦ୍ରାବାଦ

ଶାରଜା: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଏକମାତ୍ର ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ ବାକି ତିନୋଟି ସ୍ଥାନ ପାଇଁ ଲଢ଼େଇ ଜାରି କରିଛି। ରବିବାର ଏକ ହାଇଭୋଲଟେଜ୍ ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟରେ ବିରାଟ୍‌ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ଏହି ବିଜୟ ସହ ଆରସିବି ଏକାଥରକେ ସପ୍ତମରୁ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଡିଆଁ ମାରିଛି।

ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୦ ରନ୍ କରିଥିଲା। ଜବାବରେ ୧୨୧ ରନର ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ୧୪.୧ ଓଭରରେ ୫ ୱିକେଟ୍ ହରାଇ ୧୨୧ ରନ୍ କରି ବିଜୟୀ ହୋଇଛି।

୧୨୧ ରନର ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦର ଆରମ୍ଭ ଖରାପ ରହିଥିଲା। କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ (୮)ଙ୍କୁ ଆଉଟ୍ କରି ୱାଶିଂଟନ୍ ସୁନ୍ଦର ଆରସିବିକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ମନୀଷ ପାଣ୍ଡେ ଓ ଋଦ୍ଧିମାନ ସାହା ସ୍ଥିତି ସମ୍ଭାଳିଥିଲେ ଏବଂ ଟିମର ସ୍କୋରକୁ ୫୦ ଅତିକ୍ରମ କରାଇଥିଲେ। ଦୁହେଁ ସେଟ୍‌ ହୋଇସାରିଥିବା ବେଳେ ମନୀଷ ପାଣ୍ଡେ (୨୬)ଙ୍କୁ ୟୁଜବେନ୍ଦ୍ର ଚହଲ୍ ପ୍ୟାଭିଲିୟନ୍ ପଠାଇଥିଲେ।

ପାଣ୍ଡେ ୧୯ ବଲରେ ୩ ଚୌକା ଓ ୧ ଛକା ମାରିଥିଲେ। ଏହା ପରେ ଚହଲ୍ ଅନ୍ୟତମ ସେଟ୍‌ ବ୍ୟାଟ୍ସମ୍ୟାନ୍ ସାହାଙ୍କୁ ଆଉଟ୍ କରି ନିଜର ୨ୟ ଶିକାର ହାସଲ କରିଥିଲେ। ସାହା ୩୨ ବଲରେ ୪ ଚୌକା ଓ ୧ ଛକା ସହ ୩୯ ରନ୍ କରିଥିଲେ। ମିଡିଲ୍ ଅର୍ଡରରେ କେନ୍ ୱିଲିୟମସନ୍ (୮)ଙ୍କ ଆଉଟ୍ ପରେ ଆରସିବିର ଆଶା ସଞ୍ଚାର ହୋଇଥିଲା। ତେବେ ଜେସନ୍ ହୋଲ୍ଡର ଓ ଅଭିଷେକ ଶର୍ମା ପଞ୍ଚମ ୱିକେଟ୍‌ ପାଇଁ ୨୭ ରନର ପାର୍ଟନରଶିପ୍ କରି ହାଇଦ୍ରାବାଦ ବିଜୟକୁ ସୁନିଶ୍ଚିତ କରିଥିଲେ। ଅଭିଷେକ ଶର୍ମା ରନ୍ କରି ଆଉଟ୍ ହୋଇଥିବା ବେଳେ ହୋଲ୍ଡର ୨୬ (୧୦ ବଲ୍‌, ୧ ଚୌକା, ୩ ଛକା) ରନ୍ କରି ଟିମକୁ ବିଜୟୀ କରାଇଥିଲେ। ଚହଲ୍ ପକ୍ଷରୁ ୨ଟି ୱିକେଟ୍‌ ନେଇଥିଲେ।

ଏହା ପୂର୍ବରୁ ସନ୍ଦୀପ ଶର୍ମାଙ୍କ ନେତୃତ୍ବରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ସନରାଇଜର୍ସ ଆରସିବିକୁ ୧୨୦ ରନରେ ରୋକିଥିଲା। ସନ୍ଦୀପ ୨୦ ରନ୍ ଦେଇ ୨ଟି ଓ ହୋଲ୍ଡର ୨୭ ରନ୍ ନେଇ ୨ଟି ସଫଳତା ହାସଲ କରିଥିଲେ। ସେହିପରି ରଶିଦ୍ ଖାନ୍, ଶାହବାଜ ନଦୀମ ଓ ଟି. ନଟରାଜନ୍ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ। ଆରସିବି ପକ୍ଷରୁ ଜୋଶ୍ ଫିଲିଫ୍ ସର୍ବାଧିକ ୩୨ ରନ୍ କରିଥିବା ବେଳେ ଏବି ଡି’ଭିଲିୟର୍ସ ୨୪, ୱାଶିଂଟନ୍ ୨୧, ଗୁରକୀରତ ସିଂହ ୧୫, କ୍ୟାପଟେନ୍ ବିରାଟ୍‌ କୋହଲି ୭ ଓ ଦେବଦତ୍ତ ପାଡିକଲ୍ ୫ ରନ୍ କରି ଆଉଟ୍ ହୋଇଥିଲେ।

The post ବଢ଼ିଲା ପ୍ଲେଅଫ୍ ରୋମାଞ୍ଚ, ସପ୍ତମରୁ ସିଧା ଟପ୍-୪ରେ ପହଞ୍ଚିଲା ହାଇଦ୍ରାବାଦ appeared first on Odisha Reporter.



from Odisha Reporter https://ift.tt/35L3Bd2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages