ଅନୁଗୁଳ(ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ପାଲଲହଡ଼ା ରେଂଜ୍ ଅନ୍ତର୍ଗତ ତପ୍ତଝରଣ ଗାଁ ନିକଟସ୍ଥ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀକୁ ଗୁଳିମାରି ହତ୍ୟା କରିବା ପରେ ଦାନ୍ତ ଦୁଇଟି କାଟି ନେଇଛନ୍ତି ଦୁର୍ବୃତ୍ତ।
ହାତୀର ବୟସ ପ୍ରାୟ ୨୦ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଦେବଗଡ଼ ଡିଏଫ୍ଓ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ତପ୍ତଝରଣ ନିକଟ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲେର ହାତୀଙ୍କ ଗତିବିଧି ନେଇ କୌଣସି ଖବର ବନବିଭାଗ ପାଖରେ ନଥିଲା । ମୃତ ହାତୀଟି ଏକୁଟିଆଏହି ଅଂଚଳକୁ ଆସିଛି ନା ଦଳବଦ୍ଧ ହୋଇ ହାତୀ ଏଠାରେ ରହିଛନ୍ତି ତାହାର ଅନୁଧ୍ୟାନ କରାଯାଉଛି। ୩ରୁ ୪ ଦିନ ପୂର୍ବରୁ ହାତୀର ଶିକାର କରାଯାଇଥିବା ଜଣାପଡିଛି ।
The post ହାତୀକୁ ଗୁଳିମାରି ଦାନ୍ତ ଦୁଇଟି କାଟିନେଲେ ଦୁର୍ବୃତ୍ତ appeared first on Odisha Reporter.
from Odisha Reporter https://ift.tt/33lIyxS
No comments:
Post a Comment