ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ସପ୍ତାହେ ହେଲାଣି ୮୦ ହଜାର ତଳେ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 4, 2020

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ସପ୍ତାହେ ହେଲାଣି ୮୦ ହଜାର ତଳେ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ସପ୍ତାହେ ହେଲାଣି ଦୈନିକ ୮୦ ହଜାରରୁ କମ୍ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହା ସମସ୍ତ ଭାରତୀୟଙ୍କୁ ଆଶ୍ୱସ୍ତ କରିବାରେ ଲାଗିଛି।

ଶନିବାର ୭୬ ହଜାରରୁ କମ ସଂଖ୍ୟକ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ତୁଳନାରେ ଏହା ପ୍ରାୟ ୩ ହଜାରରୁ କମ। ଗୋଟିଏ ମାସ ମଧ୍ୟରେ ଏହା ସବୁଠାରୁ କମ। ତେବେ କମ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ହେଁ ଟେଷ୍ଟିଂ ସଂଖ୍ୟା କମ ହୋଇନାହିଁ।

ସେପ୍ଟେମ୍ବର ଆରମ୍ଭରେ ଯେଉଁ ଅନୁପାତରେ ନମୁନା ପରୀକ୍ଷା କରାଯାଉଥିଲା ଏବେ ବି ସେହି ଅନୁପାତରେ ଟେଷ୍ଟିଂ ହେଉଛି। ହେଲେ ପୂର୍ବରୁ ୯୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ସଂଖ୍ୟା ହ୍ରାସ ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୭୫,୮୨୯ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୫,୪୯,୩୭୪ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ ଆଉ ୯୪୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୦୧,୭୮୨କୁ ବୃଦ୍ଧି ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନକରେ ୮୨,୨୬୦ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାର ଅର୍ଥ ଏଯାଏ ଦେଶରେ ୫୫,୦୯,୯୬୬ ଜଣ କରୋନାରୁ ଆରୋଗ୍ୟ ଲାଭ କଲେଣି। ଏବେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୯୩୭୬୨୫ ରହିଛି।

ଅନ୍ୟପକ୍ଷରେ ଅକ୍ଟୋବର ୩ରେ ମୋଟ ୧୧,୪୨,୧୩୧ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୭,୮୯,୯୨,୫୩୪ଟି ନମୁନା ପରୀକ୍ଷା କରାଗଲାଣି।

The post ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ସପ୍ତାହେ ହେଲାଣି ୮୦ ହଜାର ତଳେ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/33tORQ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages