‘ସୁଶାନ୍ତ ମୃତ୍ୟୁ ମାମଲାକୁ ହାଇଜାକ୍ କରାଯାଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 4, 2020

‘ସୁଶାନ୍ତ ମୃତ୍ୟୁ ମାମଲାକୁ ହାଇଜାକ୍ କରାଯାଇଛି’

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମସ୍ ଡାକ୍ତରୀ ପ୍ୟାନେଲର ରିପୋର୍ଟ ପୂରା ମାମଲାକୁ ଏବେ ଭିନ୍ନ ମୋଡ଼ ଦେଇଛି। ଗତ ତିନି ମାସ ଧରି ଯେଉଁ ମାମଲାକୁ ନେଇ ତୀବ୍ର ଅସନ୍ତୋଷ, ବାଦ-ବିବାଦ, ସୋଶାଲ ମିଡିଆ ଅଭିଯାନ ଚାଲିଥିଲା, ଏମସ୍ ରିପୋର୍ଟ ସବୁ କଳ୍ପନାଜଳ୍ପନାକୁ ଏକ ଭିନ୍ନ ଦିଗକୁ ନେଇଯାଇଛି। ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତାଙ୍କର ହତ୍ୟା ହୋଇନାହିଁ। ହେଲେ ଏମସ୍ ରିପୋର୍ଟକୁ ନେଇ ଅନେକ ଲୋକ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି।

ଅଭିନେତା ଶେଖର ସୁମନ ଏମସ୍ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ତାଙ୍କ ଅନୁଯାୟୀ, ଦୀର୍ଘ ସମୟ ଧରି ବିପରୀତ ଦିଗରେ ଏହି ମାମଲା ଚାଲିଥିଲା। ସେ ଏକାଧିକ ଟ୍ୱିଟ୍ କରି ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆମେ ସମସ୍ତେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦୀର୍ଘ ସମୟ ଧରି ଲଢ଼ିଥିଲୁ। ସମସ୍ତେ ଡରି ନ ଯାଇ, ଥକି ନ ଯାଇ ନିଜର ସ୍ୱର ଶାଣିତ କରିଥିଲେ। ହେଲେ ଦୁଃଖର ବିଷୟ, ଏହି ମାମଲା ଭିନ୍ନ ଏକ ଦିଗରେ ଆଗକୁ ବଢ଼ିଲା। ଅନେକ ଭୁଲ ହେଲା। ମିଡିଆର ଏକ ଭାଗ ମଧ୍ୟ ଏହି ମାମଲାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କଲା ବୋଲି ଶେଖର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ପରାଜୟ ସ୍ୱିକାର କରିବୁ ନାହିଁ। ଏବେ ବି ଏକ ଆଶାର କିରଣ ଦେଖାଯାଉଛି। ସିବିଆଇ ନିଜ ରିପୋର୍ଟ ଫାଇଲ୍ କରିବ। ଯଦି ସିବିଆଇ ରିପୋର୍ଟ ମଧ୍ୟ ଠିକ୍ ଆସିବ ନାହିଁ ତେବେ ଆମେ ଆମ ହୃଦୟରେ ଏହି ଲଢ଼େଇ ଜାରି ରଖିବା। କାରଣ ଆମେ ସତ କଣ ଆମେ ଜାଣିଛୁ। ସତର କେବେ ମୃତ୍ୟୁ ହୁଏନାହିଁ ବୋଲି ଶେଖର କହିଛନ୍ତି।

କେବଳ ଏତିକି ନୁହେଁ ସୁଶାନ୍ତ ମୃତ୍ୟୁ ମାମଲାକୁ ହାଇଜାକ୍ କରାଯାଇଛି ବୋଲି ମଧ୍ୟ ଶେଖର ଅଭିଯୋଗ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି, “ଏମସ୍ ରିପୋର୍ଟ ନେଗେଟିଭ୍ ଆସିଛି। ମୁଁ ଜାଣିଥିଲି ଏପରି ହିଁ ହେବ। ବହୁ ପୂର୍ବରୁ ଏହି ଚେତାବନୀ ମୋତେ ଅନୁଭବ ହେଉଥିଲା। ଏହି ମାମଲା ହାଇଜାକ୍ ହୋଇଯାଇଥିଲା, ଡାଇଭର୍ଟ କରାଯାଇଛି। ମୁଁ ଦୁଃଖୀ, ମୋ ହୃଦୟ ଭାଙ୍ଗିଯାଇଛି..”

ଶେଖର ସୁମନଙ୍କ କହିବା ହେଲା ସୁଶାନ୍ତଙ୍କ ମାମଲାକୁ ହାଇଜାକ୍ କରାଯାଇଛି। ତଦନ୍ତକୁ ନେଇ ଅନେକ ପ୍ରକାର ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି। ପ୍ରଥମରୁ ହିଁ ମୁମ୍ବାଇ ପୁଲିସର ତଦନ୍ତକୁ ନେଇ ଶେଖର ସନ୍ତୁଷ୍ଟ ନ ଥିଲେ। ଏବେ ସିବିଆଇ ଓ ଏମସ୍ ରିପୋର୍ଟକୁ ନେଇ ଶେଖର ପ୍ରଶ୍ନ ଉଠାଇଛନ୍ତି। ତେବେ ଏହା ପଛରେ କାରଣ ଯାହା ହେଉ କି ନାହିଁ। କିନ୍ତୁ ସୋଶାଲ ମିଡିଆରେ କିନ୍ତୁ ଶେଖରଙ୍କ ଟ୍ୱିଟକୁ ନେଇ ଖୁବ୍ ଚର୍ଚ୍ଚା।

The post ‘ସୁଶାନ୍ତ ମୃତ୍ୟୁ ମାମଲାକୁ ହାଇଜାକ୍ କରାଯାଇଛି’ appeared first on Odisha Reporter.



from Odisha Reporter https://ift.tt/36v9vkx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages