ପରଲୋକରେ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 24, 2020

ପରଲୋକରେ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକପ୍ରିୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ ‘ସାମସଙ୍ଗ’ର ଚେୟାରମ୍ୟାନ୍ ଲି କୁନ୍-ହି’ଙ୍କର ରବିବାର ୭୮ ବର୍ଷ ବୟସରେ ପରଲୋକ ହୋଇଛି। ଏ ନେଇ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ‘ବଡ଼ ଦୁଃଖର ସହ କହିବାକୁ ଚାହୁଁଛୁ ଯେ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଚେୟାରମ୍ୟାନ୍ ଲି କୁନ୍ ହି’ଙ୍କର ଅକ୍ଟୋବର ୨୫ ତାରିଖରେ ଦେହାନ୍ତ ହୋଇଛି। ସେ ସାମସଙ୍ଗକୁ ଦୁନିଆର ଅନ୍ୟତମ ସବୁଠାରୁ ଲୋକପ୍ରିୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଭାବେ ପରିବେଷଣ କରିଥିଲେ। ତାଙ୍କର ଏହି ଉତ୍ତରାଧିକାରୀ ସର୍ବଦା ରହିବ।’

ଲି’ କୁନଙ୍କୁ ୨୦୧୪ରେ ହୃଦଘାତ ହୋଇଥିଲ, ଯାହା ପରଠାରୁ ସେ ଲଗାତର ଅସୁସ୍ଥ ରହୁଥିଲେ। ତାଙ୍କ ପୁଅ ଭାଇସ୍ ଚେୟାରମ୍ୟାନ୍ ଲି ଜାଏ-ୟଙ୍ଗ ଏବେ କମ୍ପାନୀ ସମ୍ଭାଳୁଛନ୍ତି। ୨୦୧୭ରେ ଲି’ଙ୍କୁ ଲାଞ୍ଚ ଏବଂ ପୂର୍ବତନ ରାଷ୍ଟ୍ରପତି ପାର୍କ-ଜ୍ୟୁନ୍ ହ୍ୟୁଙ୍କ ସମ୍ବନ୍ଧିତ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି କାରଣରୁ ତାଙ୍କୁ ୫ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଥିଲା।

ତେବେ ବର୍ଷକ ପରେ ତାଙ୍କୁ ଜାମିନ୍ ମିଳିଯାଇଥିଲା। ଏହି ମାମଲାର ଶୁଣାଣି ପାଇଁ ପୁଣି ପ୍ରୟାସ କରାଯାଉଛି। ତେବେ ସାମସଙ୍ଗ୍ ଆଜି ଯେଉଁ ଲୋକପ୍ରିୟତା ହାସଲ କରିଛି, ତା ପଛରେ ଲି’ଙ୍କ ଭୂମିକା ଅଧିକ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମସଙ୍ଗ ମଧ୍ୟ ଦୁନିଆର ସର୍ବାଧିକ ସ୍ମାର୍ଟଫୋନ୍, ଟେଲିଭିଜନ୍ ଓ ମେମୋରୀ ଚିପ୍ ପ୍ରସ୍ତୁତକାରୀ କମ୍ପାନୀ।

The post ପରଲୋକରେ ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ appeared first on Odisha Reporter.



from Odisha Reporter https://ift.tt/2HD3FTK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages