ପିପିଇ କିଟ୍‌ ଭିତରେ ଚାଲାଣ ହେଉଥିଲା ଏପରି ଜିନିଷ, ଧରା ପଡ଼ିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 4, 2020

ପିପିଇ କିଟ୍‌ ଭିତରେ ଚାଲାଣ ହେଉଥିଲା ଏପରି ଜିନିଷ, ଧରା ପଡ଼ିଗଲା

ଆସିକା(ମନୋଜ ମୁନି): ପୁଲିସ୍‌ ଆଖିରେ ଧୁଳି ଦେବାକୁ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରାପଡ଼ିଯାଇଛି। ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍‌ ଢଙ୍କାଯାଇ ହେଉଥିଲା ଗଞ୍ଜେଇ ଚାଲାଣ। ହେଲେ  ପୁଲିସ୍‌ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଡ଼ାମ୍ବ ଫାଣ୍ଡି ଅଞ୍ଚଳରେ ଘଟିଯାଇଛି।

ଆମ୍ବୁଲାନ୍ସଟି ଦିଗପହଣ୍ଡିରୁ କୋଦଳା ଅଭିମୁଖେ ଯାଉଥିଲା । ତେବେ ବୁଡ଼ାମ୍ବ ଫାଣ୍ଡି ରାସ୍ତାରେ ପୁଲିସ୍‌ ଯାଞ୍ଚ କରୁଥିବାବେଳେ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିଥିଲା। ଏହି ସମୟରେ ଭିତରେ ପିପିଇ କିଟ୍ ଢଙ୍କାଯାଇ କିଛି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ସନ୍ଦେହ ହେବାରୁ ପୁଲିସ୍‌  ଚେକିଂ କରି ଗଞ୍ଜେଇ ଜବତ କରିଥିବା ଜଣାଯାଇଛି। ଏଥିସହ ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖାଯାଇଛି ।

The post ପିପିଇ କିଟ୍‌ ଭିତରେ ଚାଲାଣ ହେଉଥିଲା ଏପରି ଜିନିଷ, ଧରା ପଡ଼ିଗଲା appeared first on Odisha Reporter.



from Odisha Reporter https://ift.tt/3leDQrI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages