ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨୯ ତାରିଖ ଭୁବନେଶ୍ୱରର ମଞ୍ଚେଶ୍ୱର ବରୀମୁଣ୍ଡସ୍ଥିତ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ଏଥିରେ ସଂପୃକ୍ତ ଥିବା ଡକାୟତଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛି। ଏହାସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିଶନରେଟ୍ ପୁଲିସ୍ ସ୍ପେଶାଲ ଟାସ୍କ ଫୋର୍ସ ଉଦ୍ୟମ ଜାରି ରଖିଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୯ ତାରିଖରେ ବରୀମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ବରୀମୁଣ୍ଡ ଡକାୟତି ପୂର୍ବରୁ ପଟିଆ କଳାରାହାଙ୍ଗରେ ମଧ୍ୟ ଡକାୟତି ହୋଇଥିଲା। ତେବେ ବରୀମୁଣ୍ଡ ଡକାୟତି ସହ ତାର କିଛି ସଂପର୍କ ରହିଛି କି ନାହିଁ ପୁଲିସ୍ ଯାଞ୍ଚ କରୁଛି । ଏନେଇ ଆଜି ଅପରାହ୍ନରେ କମିଶନରେଟ ପୁଲିସ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯିବ।
The post ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ; ଜବତ ହେଲା ୫ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/2SsgK4Q
No comments:
Post a Comment