‘ପୁଲଓ୍ୱାମା ସତ ଉପରୁ ପରଦା ହଟିଛି, ସେମାନେ ଏଥିରେ ବି ରାଜନୀତି କଲେ, ତଥାପି ମୁଁ ଚୁପ୍ ଥିଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 30, 2020

‘ପୁଲଓ୍ୱାମା ସତ ଉପରୁ ପରଦା ହଟିଛି, ସେମାନେ ଏଥିରେ ବି ରାଜନୀତି କଲେ, ତଥାପି ମୁଁ ଚୁପ୍ ଥିଲି’

ନୂଆଦିଲ୍ଲୀ: ଆଜି ହେଉଛି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜନ୍ମ ଜୟନ୍ତି। ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଏ। ଏହି ଉପଲକ୍ଷେ ଗୁଜରାଟର କେଓ୍ୱାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ସର୍ଦ୍ଦାରଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଶପଥ ପାଠ କରାଇବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। କରୋନା ମୁକାବିଲାରେ ଦେଶବାସୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କରୋନା ସାରା ବିଶ୍ୱର ମାନବ ଜୀବନକୁ ପ୍ରଭାବିତ କରିଛି। ହେଲେ କରୋନା ବିପକ୍ଷରେ ସାରା ଦେଶ ଏକାଠି ଆଜି ଏକାଠି ଲଢ଼ୁଛି। 130 କୋଟି ଜନତା ଏକଜୁଟ୍ ହୋଇ କରୋନା ସହ ଯୁଦ୍ଧ କରୁଛନ୍ତି। ଏ ଦେଶ କରୋନା ଯୋଦ୍ଧାଙ୍କ ବଳିଦାନକୁ କେବେ ଭୁଲିବନି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ମୋଦି ପୁଣି କହିଛନ୍ତି ଯେ, ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି। ସୀମାରେ ଶହ ଶହ କିଲୋମିଟରର ସଡ଼କ ଆଜି ଭାରତ ନିର୍ମାଣ କରୁଛି। ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାର ଶକ୍ତି ଆମ ପାଖରେ ରହିଛି। ଭାରତ ଭୂମି ଉପରେ ଆଖି ପକାଇଲେ ଉଚିତ୍ ଜବାବ୍ ମିଳିବ ବୋଲି କହି ପ୍ରଧାନମନ୍ତ୍ରୀ ଶତ୍ରୁଙ୍କୁ ଚେତାବନୀ ଦେଇଛନ୍ତି।

ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବଡ଼ ଚିନ୍ତାର ବିଷୟ। ଏହା ବିରୋଧରେ ସମଗ୍ର ବିଶ୍ୱକୁ ଏକାଠି ହେବାକୁ ପଡ଼ିବ। ବିବିଧତାରେ ଏକତା ଆମର ପରିଚୟ। ଆଉ ଏହି ଏକତାକୁ ଭାଙ୍ଗିବାକୁ କିଛି ଶକ୍ତି ଅହରହ ଉଦ୍ୟମ କରୁଛନ୍ତି। କେବଳ ଏକତା ହିଁ ଆମକୁ ଅପରାଜେୟ, ଅସାଧାରଣ, ଅଦ୍ୱିତୀୟ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପୁଲଓ୍ୱାମା ଆକ୍ରମଣ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ଦେଶ କେବେ ବି ପୁଲଓ୍ୱାମା ଆକ୍ରମଣ ଭୁଲି ପାରିବନି। କିଛି ବ୍ୟକ୍ତି ପୁଲଓ୍ୱାମା ଆକ୍ରମଣରେ ବି ରାଜନୀତି ସ୍ବାର୍ଥ ଦେଖୁଥିଲେ। ସ୍ବାର୍ଥଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ସହିଦ ବୀର ସନ୍ତାନମାନଙ୍କ ପାଇଁ ଦୁଃଖ ନ କରି ସେମାନେ ରାଜନୀତି କରୁଥିଲେ। ଏ ସବୁ ଶୁଣିବା ପରେ ମଧ୍ୟ ମୁଁ ମୁହଁ ଖୋଲି ନ ଥିଲି। ହେଲେ ପଡ଼ୋଶୀ ଦେଶର ସଂସଦରେ ସତ ଉପରୁ ପରଦା ଉଠିଲା। ପଡ଼ୋଶୀ ଦେଶର ସତ ସ୍ବୀକାର ପରେ ବିରୋଧୀଙ୍କ ମୁଖା ଖୋଲିଯାଇଛି ବୋଲି ମୋଦି କହିଛନ୍ତି।

The post ‘ପୁଲଓ୍ୱାମା ସତ ଉପରୁ ପରଦା ହଟିଛି, ସେମାନେ ଏଥିରେ ବି ରାଜନୀତି କଲେ, ତଥାପି ମୁଁ ଚୁପ୍ ଥିଲି’ appeared first on Odisha Reporter.



from Odisha Reporter https://ift.tt/2HQ6zoS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages