ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମହାନଦୀର ଗଭୀର ନଦୀଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ସୁବର୍ଣ୍ଣପୁର କେଉଟପଡ଼ାର ବୈଦ୍ୟନାଥ ସାହୁ, ବଳରାମ ମଲ୍ଲିକ, ଉଦ୍ଧବ ମହାଲିକ ଓ ଧୁବେଇ ବେଉରା ଦେଶୀଡଙ୍ଗାରେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ।
ଜାଲ ପକାଇବା ବେଳେ ଏକ ବିରଳ ପ୍ରଜାତିର ମାଛ ପଡ଼ି ଯାଇଥିଲା। ମାଛର ଦେହଟି ଝୋଟି ଚିତା ପରି ଚିତ୍ରିତ ହୋଇଥିବା ବେଳେ ପିଠିରେ କଣ୍ଟା ରହିଛି। ଏହାର ଓଜନ ଏକ କିଲୋଗ୍ରାମରୁ ଅଧିକ ହେବ। ଏହାର ପ୍ରକୃତ ନାଁ କଣ ଜଣାପଡ଼ି ନାହିଁ। ତେବେ କେହି କେହି କଣା ବୁଦିଆ ପ୍ରଜାତିର ଏକ ସାମୁଦ୍ରିକ ମାଛ ବୋଲି ଅନୁମାନ କରିଥିବା ବେଳେ ଏହି ବିରଳ ପ୍ରଜାତିର ମାଛଟି ସାତ କୋଶିଆ ଗଣ୍ଡରୁ ଉପରକୁ ଉଠି ଆସିଥିବା ଅନୁମାନ କରୁଛନ୍ତି। ମାଛିଟିକୁ ନଦୀରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
The post ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ appeared first on Odisha Reporter.
from Odisha Reporter https://ift.tt/37VADtI
No comments:
Post a Comment