ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରୁ କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି। ଏହି ମାମଲାରେ ଜଣେ ବ୍ରାଉନ୍ସୁଗାର ଡିଲରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।
ଅଭିଯୋଗରୁ ପ୍ରକାଶ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମୂଳ ବାସିନ୍ଦା ହେଉଛନ୍ତି ସେକ ହସିମ ବକ୍ସ। ସେ ବ୍ରାଉନ୍ସୁଗାର ଧରି ରାଜଧାନୀ ଆସିଥିଲେ। ଏଠାରେ ବିକ୍ରି ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଜାଣିପାରି ଚଢ଼ଉ କରି ସେକ୍ ହସିମ୍ଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ୧ କେଜି ୧୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ।
ସେକ ଭୁବନେଶ୍ୱରରେ କେତେଦିନ ଧରି ବ୍ରାଉନ୍ସୁଗର ବେପାର କରୁଥିଲା? ସେ କେଉଁ ଅଞ୍ଚଳକୁ ଯୋଗାଉଥିଲା ଓ କାହାକୁ ଦେଇଛି, ତାହା ଉପରେ ଏସ୍ଟିଏଫ୍ ତଦନ୍ତ ଆରମ୍ଭ କରୁଛି।
କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁସାରେ ଜାନୁଆରୀ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୩୦ କେଜିରୁ ଅଧିକ ବ୍ରାଉନ୍ସୁଗାର ଜବତ ହୋଇଛି। ଏହି ଘଟଣାରେ ଏସ୍ଟିଏଫ୍ ୨୪ ମାମଲା ରୁଜୁ କରିଥିବା ବେଳେ ୪୪ ଜଣଙ୍କୁ ଗିରଫ କରିଛି। ଆଗାମୀ ଦିନରେ ଏହି ଅଭିଯାନ ଜାରି ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛି।
The post ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ appeared first on Odisha Reporter.
from Odisha Reporter https://ift.tt/2TMbJV3
No comments:
Post a Comment