ଇଣ୍ଡିଆନ ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

ଇଣ୍ଡିଆନ ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ବିମାନ କ୍ଷେତ୍ରରେ ଇତିହାସ ରଚିଲେ ହରପ୍ରିତ ଏ ଡେ ସିଂହ। ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ଭାବରେ ସେ ନିଯୁକ୍ତ ହୋଇଛନ୍ତି। ହରପ୍ରିତଙ୍କୁ ଏୟାର ଇଣ୍ଡିଆର ସହାୟକ ଆଲାୟନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରାଯାଇଛି । ଏବେ ସେ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଉଡାଣ ସୁରକ୍ଷା) ପଦବୀରେ ଅଛନ୍ତି।

ବର୍ତ୍ତମାନ ଏୟାର ଲାଇନ୍ସର ସବୁଠୁ ବରିଷ୍ଠ କ୍ୟାପଟେନ ମଧ୍ୟରୁ ଜଣେ ନିବେଦିତା ଭସିନଙ୍କୁ ହରପ୍ରିତଙ୍କ ସ୍ଥାନରେ ନିଯୁକ୍ତ କରାଯିବ। ନିବେଦିତା ଭସିନ ବର୍ତ୍ତମାନ ବୋଇଂ ୭୮୭ ଡ୍ରିମଲାଇନର ବରିଷ୍ଠ କ୍ୟାପଟେନ ରହିଛନ୍ତି।

ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏକ ଘୋଷଣା କରି କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ। ଏହା ବ୍ୟତୀତ କ୍ୟାପଟେନ୍ ନିବେଦିତାଙ୍କୁ ତାଙ୍କ ଅଭିଜ୍ଞତା ଅନୁଯାୟୀ ଏକ ନୂଆ ବିଭାଗର ପ୍ରମୁଖ ପଦରେ ନିଯୁକ୍ତି କରାଯାଇଛି।

The post ଇଣ୍ଡିଆନ ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ appeared first on Odisha Reporter.



from Odisha Reporter https://ift.tt/3mHMAHR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages