ପ୍ରଥମ ଭାରତୀୟ ଭାବେ ଏହି ବଡ଼ ରେକର୍ଡ କଲେ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ପ୍ରଥମ ଭାରତୀୟ ଭାବେ ଏହି ବଡ଼ ରେକର୍ଡ କଲେ କୋହଲି

ଦୁବାଇ: ଆଇପିଏଲର ଚଳିତ ସିଜନର ୧୯ତମ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାସ୍ତ ହୋଇଛି। କିନ୍ତୁ ଏହି ମ୍ୟାଚରେ ଆରସିବି କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଯୋଡ଼ି ହୋଇଛି ଦୁଇଟି ବଡ଼ ରେକର୍ଡ। କୋହଲି ଟି-୨୦ କ୍ରିକେଟରେ ୯ହଜାର ରନ୍ ପୂରଣ କରିବାରେ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। କୋହଲିଙ୍କୁ ଏହି ଉପଲବ୍ଧି ହାସଲ କରିବା ପାଇଁ ମାତ୍ର ୧୦ ରନ୍ ଆବଶ୍ୟକ ଥିଲା, ଯାହା ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସହଜରେ ଏହାକୁ ହାସଲ କରିନେଇଛନ୍ତି।

ଏହି ମ୍ୟାଚ୍ ପୂର୍ବରୁ କୋହଲିଙ୍କ ନାଁରେ ଆଇପିଏଲରେ ୧୮୧ ମ୍ୟାଚରେ ୫୫୦୨ ରନ୍ ଥିଲା। କିନ୍ତୁ ଓଭରଅଲ୍ ଟି-୨୦ କ୍ରିକେଟରେ କୋହଲି ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ୯ହଜାର ରନର ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ନିଜର ୨୭୧ତମ ମ୍ୟାଚରେ ହର୍ଷଲ୍ ପଟେଲଙ୍କୁ ଚୌକା ମାରି ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ କୋହଲି ୨୭୦ ମ୍ୟାଚରେ ୪୧.୦୫ ହାରରେ ୮୯୯୦ ରନ୍ କରିଥିଲେ, ଯେଉଁଥିରେ ୧୩୪ ଷ୍ଟ୍ରାଇକରେଟରେ ୫ ଶତକ ଓ ୬୫ ଅର୍ଦ୍ଧଶତକ ସାମିଲ୍‌ ଥିଲା।

ଟି-୨୦ କ୍ରିକେଟରେ ସର୍ବାଧିକ ରନର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାମରେ ରହିଛି। ଗେଲ୍ ସର୍ବାଧିକ ୧୩,୨୯୬ ରନ୍ କରିଥିବା ବେଳେ ତାଙ୍କ ପରକୁ କାଇରନ୍ ପୋଲାର୍ଡ (୧୦,୩୭୦ ରନ୍), ପାକିସ୍ତାନର ଶୋଏବ ମଲିକ୍ (୯,୯୨୬ ରନ୍), ନ୍ୟୁଜିଲ୍ୟାଣ୍ତର ବ୍ରେଣ୍ଡନ୍ ମ୍ୟାକକୁଲମ୍ (୯,୯୨୨ ରନ୍), ଡେଭିଡ୍ ୱାର୍ଣ୍ଣର୍ (୯,୪୫୧ ରନ୍) ଓ ଆରୋନ୍ ଫିଞ୍ଚ (୯,୧୪୮ ରନ୍) ଅଛନ୍ତି।

 

ଦିଲ୍ଲୀ ବିପକ୍ଷ ମ୍ୟାଚରେ ମଇଦାନକୁ ଓହ୍ଲାଇବା ମାତ୍ରକେ କୋହଲି ଆଉଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଆରସିବି ପକ୍ଷରୁ ୧୯୭ତମ ମ୍ୟାଚ୍ ଖେଳିଛନ୍ତି, ଯାହା କୌଣସି ଏକ ଟିମ୍ ପକ୍ଷରୁ ସର୍ବାଧିକ ଟି-୨୦ ମ୍ୟାଚ୍। ଏଥିସହ କୋହଲି ଜେମ୍ସ ହିଲଡ୍ରେଥଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ସମରସେଟ୍‌ ପକ୍ଷରୁ ୧୯୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଇଂଲଣ୍ଡର ସମିତ୍ ପଟେଲ୍ ନଟ୍ଟିଂହାମ୍ପଶାୟର୍ ପକ୍ଷରୁ ୧୯୧ ମ୍ୟାଚ୍, ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ୧୮୯ ମ୍ୟାଚ୍ ଏବଂ ସୁରେଶ ରାଇନା ମଧ୍ୟ ସିଏସକେ ପକ୍ଷରୁ ୧୮୮ ମ୍ୟାଚ୍ ଖେଳି ତାଲିକାର ଟପ୍-୫ରେ ଅଛନ୍ତି।

The post ପ୍ରଥମ ଭାରତୀୟ ଭାବେ ଏହି ବଡ଼ ରେକର୍ଡ କଲେ କୋହଲି appeared first on Odisha Reporter.



from Odisha Reporter https://ift.tt/3nnjqP5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages