ସୋର(ଶଶିକାନ୍ତ ବେହେରା): ପୁଲିସ୍ ଆଖିରେ ଧୂଳି ଦେଇ ଖସିଯିବାକୁ ବ୍ୟବହାର କରୁଥିଲେ ନାଲି ବତି ଗାଡ଼ି। ପାଖରେ ବନ୍ଧୁକ ବି ରଖିଥିଲେ। କିନ୍ତୁ ପୁଲିସ୍ ଫାଶରୁ ବର୍ତ୍ତି ପାରିଲେ ନାହିଁ। ବାଲେଶ୍ୱର ଜିଲ୍ଲା ଶେରଗଡ଼ ଟୋଳଗେଟ୍ ନିକଟରୁ ଏକ ନାଲିବତି ଲଗା ଗାଡ଼ି ଅଟକାଇ ତା ଭିତରୁ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁଲିସ୍।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଏକ ସ୍କର୍ପିଓରେ ନାଲିବତି ଲଗାଇ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଖନ୍ତାପଡ଼ା ଥାନା ସେରଗଡ଼ ଟୋଲଗେଟ ନିକଟରେ ଖନ୍ତାପଡ଼ା ପୁଲିସ୍ ଏହି ନକଲି ଗାଡ଼ିକୁ ଅଟକାଇଥିଲା।
ଏହାପରେ ଗାଡ଼ିରେ ଥିବା ୨ଜଣଙ୍କୁ ପଚରାପଚରି କରିବାରୁ ସେମାନେ ପ୍ରଥମେ ନିଜକୁ STF ଅଧିକାରୀ ବୋଲି ପରିଚୟ ଦେଇଥିଲେ। ମାତ୍ର ପୁଲିସ୍ର ସନ୍ଦେହ ହେବାରୁ ସେମାନଙ୍କୁ ବାହାରିବାକୁ କହିବାରୁ ସେମାନେ ବନ୍ଧୁକ ଦେଖାଇ ପୁଲିସ୍କୁ ଭୟଭୀତ କରିବାକୁ ଲାଗିଲେ। ଏପରିକି ଗାଡ଼ିର କାଚ ଭାଙ୍ଗି ପୁଲିସ୍ ସେମାନଙ୍କୁ ବାହାର କରିଥିବା ଜଣାଯାଇଛି। ଏହି ସଂଘର୍ଷରେ ଜଣେ ପୁଲିସ୍ କର୍ମୀ ଆହତ ମଧ୍ୟ ହୋଇଛନ୍ତି।
ଏହି ୨ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରିଛି । ଗିରଫ ୨ ଜଣଙ୍କ ପରିଚୟ ପୁଲିସ୍ ଦେଇ ନ ଥିବା ବେଳେ ସେମାନଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ ମଧ୍ୟ କିଛି ଖୁଲାସା କରି ନାହିଁ।
The post ନାଲି ବତି ଗାଡ଼ିରେ ଖସି ଯାଉଥିଲେ, ଧରିଦେଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3nnj7UI
No comments:
Post a Comment