ରାହୁଲଙ୍କ ହାଥରସ୍ ଗସ୍ତକୁ ନେଇ ସ୍ମୃତି ଇରାନୀଙ୍କ ଟାର୍ଗେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 3, 2020

ରାହୁଲଙ୍କ ହାଥରସ୍ ଗସ୍ତକୁ ନେଇ ସ୍ମୃତି ଇରାନୀଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ବୃଦ୍ଧି ପାଇଛି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦ୍ୱିତୀୟ ଥର ପାଇଁ ପୀଡ଼ିତାଙ୍କ ପରିବାରକୁ ଦେଖା କରିବାକୁ ଚେଷ୍ଟା କରିଛନ୍ତି। ହେଲେ ହାଥରସରେ ଧାରା ୧୪୪ ଲାଗୁ ହୋଇଥିବାରୁ କୌଣସି ରାଜନେତା କିମ୍ବା ମିଡିଆକୁ ସେଠାକୁ ଛଡ଼ାଯାଉ ନାହିଁ। ଏନେଇ ଚାରିଆଡ଼େ ୟୁପି ସରକାର ଓ ପ୍ରଶାସନକୁ କଡ଼ା ସମାଲୋଚନା କରାଯାଉଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏନେଇ ମୁହଁ ଖୋଲିଛନ୍ତି।

ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି। ଏପଟେ ସ୍ମୃତି ଇରାନୀ ମଧ୍ୟ ଜୋରଦାର ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ ବରଂ ରାଜନୀତି କରିବାକୁ ହାଥରସ ଯାଇଛନ୍ତି। ଲୋକେ କଂଗ୍ରେସର ରଣନୀତି ସହ ପୂର୍ବରୁ ପରିଚିତ। ଏଥିପାଇଁ ସେ ୨୦୧୯ରେ ବିଜେପିକୁ ବାଛିଥିଲେ। ଲୋକେ ବୁଝୁଛନ୍ତି ଯେ, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ନୁହେଁ ବରଂ କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ ରାହୁଲ ହାଥରସ ଗସ୍ତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି।

ଗତ ତିନି ମଧ୍ୟରେ ଆଜି ଦ୍ୱିତୀୟ ଥର ରାହୁଲ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଚେଷ୍ଟା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ନୋଏଡା ନିର୍ଦ୍ଦେଶକ ଫ୍ଲାଏ-ଓଭର ଉପରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଦିଆଯାଇଛି।

The post ରାହୁଲଙ୍କ ହାଥରସ୍ ଗସ୍ତକୁ ନେଇ ସ୍ମୃତି ଇରାନୀଙ୍କ ଟାର୍ଗେଟ୍ appeared first on Odisha Reporter.



from Odisha Reporter https://ift.tt/2GfmAnE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages