ନୂଆଦିଲ୍ଲୀ: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଚାପରୁ ମୁକୁଳି ନପାରି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲରେ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି। ଶୁକ୍ରବାର ଏକ ରୋମାଞ୍ଚକର ମୁକାବିଲାରେ ସନ୍ରାଇଜର୍ସ ହାଇଦ୍ରାବାଦ, ସିଏସକେକୁ ୭ ରନ୍ରେ ପରାସ୍ତ କରିଛି। ଏହି ବିଜୟ ଫଳରେ ସନ ରାଇଜର୍ସ ପଏଣ୍ଟ ଟେବଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ସିଏସକେ ଏବେ ବି ସବା ଶେଷରେ ରହିଛି।
ଶୁକ୍ରବାର ଟସ୍ ଜିତି ପ୍ରଥମେ ଫିଲଡିଂ ନେଇଥିବା ସନ୍ରାଇଜର୍ସ ହାଇଦ୍ରାବାଦ ଯୁବ ତାରକାଙ୍କ ଉଲ୍ଲେଖନୀୟ ଯୋଗଦାନ ବଳରେ ୧୬୪ ରନ୍ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଦଳର ଅଭିଜ୍ଞ ଶୀର୍ଷ କ୍ରମ ବିଫଳ ହେବା ପରେ ଦୁଇ ଭାରତୀୟ ଯୁବ ପ୍ରତିଭା ଅଭିଷେକ ଶର୍ମା ଏବଂ ପ୍ରିୟମ ଗର୍ଗଙ୍କ ଯୋଡ଼ି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲା। ଦୀପକ ଚହରଙ୍କ ବଲରେ ଆଉଟ ହେବା ପୂର୍ବରୁ ପଞ୍ଜାବ ଯୁବ ପ୍ରତିଭା ଅଭିଷେକ ଶର୍ମା ୨୪ ବଲରୁ ୩୧ରନର ଉପଯୋଗୀ ପାଳି ଖେଳିଥିଲେ। ସେହିପରି ଯୁପି ସେନସେସନ୍ ପ୍ରିୟମ ଗର୍ଗ ୨୬ ବଲ୍ରୁ ୫୧ରନର ବିସ୍ଫୋରକ ଇନିଂସ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।
ଜବାବରେ ସୁପର୍ କିଙ୍ଗ୍ସ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ୬ ଓଭରରେ ୩୬ ରନ୍ ଭି୍ତରେ ଦଳ ୩ ୱିକେଟ୍ ହରାଇଥିଲା। ପରେ କେଦାର ଯାଦବଙ୍କ ୱିକେଟ ପତନ ଦଳକୁ ସଂକଟରେ ପକାଇଥିଲା। ତେବେ ଢେର ଦିନ ଧରି ଲମ୍ବା ଇନିଂସ ଖେଳି ନଥିବା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ୭୨ ରନର ପାର୍ଟନରସିପ୍ ଦଳକୁ ବିଜୟ ବାସ୍ନା ଦେଇଥିଲା। କିନ୍ତୁ ଜାଡେଜାଙ୍କ ୱିକେଟ୍ ପତନ ସହ ଶେଷ ଆଡ଼କୁ ଧୋନି କ୍ଲାନ୍ତ ହୋଇ ଯିବାରୁ ଚେନ୍ନାଇ ୧୫୭/୫ରେ ଅଟକି ଯାଇଥିଲା। ଶେଷ ଓଭରରୁ ୨୮ ରନ୍ ଦରକାର ହେଉଥିବାବେଳେ ଧୋନି ଏବଂ ସାମ୍ କରନ୍ ମାତ୍ର ୨୦ ରନ୍ ଆଦାୟ କରିଥିଲେ।
The post ସିଏସକେର ହ୍ୟାଟ୍ରିକ୍ ପରାଜୟ appeared first on Odisha Reporter.
from Odisha Reporter https://ift.tt/34mtyza
No comments:
Post a Comment