ଶିକାରୀ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 22, 2020

ଶିକାରୀ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଉଦଳାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଶିକାରୀ ସନ୍ଦେହରେ ବନ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହେଉଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ପୋଡ଼ାଡିହା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ, ଗଜେନ୍ଦ୍ର ନାୟକ ନାମକ ଯୁବକ ଗତ ୯ ତାରିଖରେ ଶିମିଳିପାଳ ଜଙ୍ଗଲକୁ ଯାଇଥିଲେ। ଏହାପରଠୁ ପରିବାର ଲୋକେ ତାଙ୍କ ପତ୍ତା ପାଇନଥିଲେ। ଏହା ପରଦିନ ଅର୍ଥାତ ୧୦ ତାରିଖରେ ଉଦଳା ବନ କର୍ମଚାରୀ ତାଙ୍କୁ ମୁମୂର୍ଷ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ।  ଉକ୍ତ ଦିନ ସନ୍ଧ୍ୟାରେ ଏ ସଂକ୍ରାନ୍ତରେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲେ।

ଏହାପରଠୁ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ଗତ ୧୪ ତାରିଖରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତକାଲି ତାଙ୍କ ମୃତ୍ୟୁ ହୋଇଥିଲା।

ଶିକାରୀ ସନ୍ଦେହରେ ବନ କର୍ମଚାରୀ ଗଜେନ୍ଦ୍ରଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏପରିକି ମୃତଦେହ ଗାଁକୁ ଫେରିବା ପରେ ଉତ୍ତ୍ୟକ୍ତ ପରିବାର ଲୋକ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରି ଗଜେନ୍ଦ୍ରଙ୍କ ମୃତଦେହକୁ ପୋଡ଼ାଡିହା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି।

ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ସହ ଶୁଦ୍ଧିକ୍ରିୟା ନିମନ୍ତେ ଆର୍ଥିକ ସହାୟତା କରିବାକୁ ଦାବି କରିଛନ୍ତି ପରିବାର ଲୋକେ। ତେବେ ଗତକାଲିଠୁ ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଥିଲେ ମଧ୍ୟ ଆଜି ସକାଳ ସୁଦ୍ଧା କୌଣସି ଅଧିକାରୀ ପହଞ୍ଚି ନ ଥିବା ଜଣାଯାଇଛି।

The post ଶିକାରୀ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/35oHBoh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages