ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବା ଟ୍ରେନର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନର ଆଗ ୩ଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି। ଏହି ଟ୍ରେନଟି ଖୋର୍ଦ୍ଧା ରୋଡରୁ ଆସୁଥିବା ବେଳେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।
ସୋମବାର ପ୍ରାୟ ରାତି ୮ଟାରୁ ସାଢ଼େ ୮ଟା ଭିତରେ ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ଏହି ଖାଲି ବଗିରେ ଏମଟି ରାକ୍ ଗୁଡ଼ିକ ଆସୁଥିଲା, ଯାହା ବିଭିନ୍ନ ଟ୍ରେନ୍ ସହ ଯୋଡ଼ା ହୋଇ ଯାଇଥାଏ। ତେବେ ସୌଭାଗ୍ୟବଶତ ଟ୍ରେନରେ କୌଣସି ଯାତ୍ରୀ ନଥିଲେ।
ଘଟଣାସ୍ଥଳରେ ପହଞ୍ଚି ରେଲୱେର ବୈଷୟିକ ଟିମ୍ ମରାମତି କାମ ଆରମ୍ଭ କରିଛନ୍ତି। ତେବେ କାହିଁକି ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ ହେଲା, ତା’ର ତଦନ୍ତ କରାଯିବ ବୋଲି ରେଲୱେର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
The post ଲାଇନଚ୍ୟୁତ ହେଲା ଟ୍ରେନ୍ ଇଞ୍ଜିନ୍ appeared first on Odisha Reporter.
from Odisha Reporter https://ift.tt/3dH85Fb
No comments:
Post a Comment