ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ‘ନବରାତ୍ରୀ’ ଆରମ୍ଭ ହୋଇଛି, ଆଉ ଦଶହରା ପାଖେଇ ଆସୁଛି। ଏବେ ଘରେ ବାହାରେ ଫେଷ୍ଟିଭ୍ ମାହୋଲ୍। ପ୍ରାୟ ସମସ୍ତେ ଦଶହରା ପୂଜାରେ କେଉଁପ୍ରକାର ଡ୍ରେସ୍ ପିନ୍ଧିବେ, ତାକୁ ନେଇ ତର୍ଜ୍ଜମା ଆରମ୍ଭ କରିଦେଲେଣି। ଆମ ଦେଶରେ ପୂଜା ପାର୍ବଣ ସହ ଫ୍ୟାଶନ୍ର ସମ୍ପର୍କ ବେଶ୍ ନିବିଡ଼। ପୂଜାପାର୍ବଣରେ ମହିଳାମାନେ ସୁନ୍ଦର ଓ ଷ୍ଟାଇଲିଶ୍ ଦେଖାଯିବାକୁ ଚାହାନ୍ତି। ଆଉ ଏଥର ଦଶହରାରେ ଆପଣ ଯଦି ସମସ୍ତଙ୍କଠୁ ଅଲଗା ଦେଖାଯିବାକୁ ଚାହୁଁଛନ୍ତି, ତେବେ ଆମେ ଦେଉଥିବା କିଛି ଫ୍ୟାଶନ୍ ଟିପ୍ସ ଆପଣେଇ ପାରିବେ।
୧) ସବୁଥର ପରି ଏଥର ଲାଲ୍ ଓ ମେରୁନ୍ ରଙ୍ଗର ଡ୍ରେସ୍ ପିନ୍ଧନ୍ତୁ ନାହିଁ। ବରଂ ଏଥର କିଛି ଅଲଗା ଟ୍ରାଏ କରନ୍ତୁ। ଏଥର ଆପଣ ସ୍କାଏ ବ୍ଲୁ, ରୋଜି ପିଙ୍କ୍ କିମ୍ବା ଲାଇଟ୍ ୟଲୋ କ୍ରିମ୍ କଲର ଭଳି ପେଷ୍ଟାଲ୍ ରଙ୍ଗର ପୋଷାକ ପିନ୍ଧନ୍ତୁ। ଆଉ ଏହାକୁ ମ୍ୟାଚ୍ କରି ସୁନ୍ଦର ଓ ହାଲକା ଗହଣା ପିନ୍ଧନ୍ତୁ।
୨) ଯଦି ଆପଣ ପୂଜା ପାର୍ବଣ ବାହାନାରେ ଶାଢ଼ୀ ପିନ୍ଧିବାକୁ ମଉକା ଖୋଜୁଛନ୍ତି, ତେବେ ଏଥର ଶାଢ଼ୀକୁ ନୂଆ ଲୁକ୍ରେ ଟ୍ରାଏ କରନ୍ତୁ। ଏଥର ସିଫନ୍, ନେଟ୍, ବ୍ରାସୋ ପରି ହାଲକା ଶାଢ଼ୀ ଟ୍ରାଏ କରନ୍ତୁ। ଏହା ସମ୍ଭାଳିବାକୁ ମଧ୍ୟ ସହଜ ହେବା ସହ ଆପଣଙ୍କୁ ଷ୍ଟାଇଲିଶ୍ ଲୁକ୍ ଦେବ। ଧ୍ୟାନ ଦେବେ, ଏହି ଶାଢ଼ୀ ସହ ଆପଣଙ୍କ ବ୍ଲାଉଜ୍ ଯେପରି ଟିକେ ହେଭି ୱାର୍କର ହୋଇଥିବ। ଶାଢ଼ୀ ସହ ମ୍ୟାଚିଂ କରି ହାର କାନଫୁଲର ସେଟ୍ ପିନ୍ଧନ୍ତୁ। ଏହା ଆପଣଙ୍କୁ ଏକ କମ୍ପ୍ଲିଟ୍ ଫେଷ୍ଟିଭ ଲୁକ୍ ଦେବ।
୩) ଯଦି ଆପଣ ସମସ୍ତଙ୍କଠୁ ସ୍ୱତନ୍ତ୍ର ଦେଖାଯିବାକୁ ଚାହାନ୍ତି, ତେବେ ଏଥର ଚିକନ୍କରି ଶାଢ଼ୀ ପିନ୍ଧନ୍ତୁ। ଏଥି ସହ ମଥାରେ ବଡ଼ ବିନ୍ଦି ଓ ହେଭି ଇୟର ରିଂ ଆପଣଙ୍କୁ ଏକ ଷ୍ଟାଇଲିସ୍ ଲୁକ୍ ଦେବ। ଆଉ ଏହା ସହ ଆପଣ ନିଜ ଚୁଟିକୁ ଏକ ବନ୍ କରିଦିଅନ୍ତୁ ଓ ଏଥିରେ ଏକ ଗଜରା ଲଗାନ୍ତୁ। ଏହା ଆପଣଙ୍କୁ କମ୍ପ୍ଲିଟ୍ ଟ୍ରାଡିଶନାଲ୍ ଲୁକ୍ ଦେବ।
୪) ଆପଣ ଯଦି କିଛି ନୂଆ ପିନ୍ଧିବାକୁ ଚାହୁଛନ୍ତି, ତେବେ ଲାଇଟ୍ବା କଲର୍ଛର ଶରାରା ଡ୍ରେସ୍ ବାଛନ୍ତୁ । ବର୍ତ୍ତମାନ ମାର୍କେଟ୍ରେ ଶରାରା ଡ୍ରେସ୍ର ଟ୍ରେଣ୍ଡ୍ ଚାଲିଛି।
The post ଏଥର ଦଶହରାରେ ନିଜକୁ ଦିଅନ୍ତୁ ଏକ ନୂଆ ଲୁକ୍ appeared first on Odisha Reporter.
from Odisha Reporter https://ift.tt/3kgkmCX
No comments:
Post a Comment