ଚାହୁଁଚାହୁଁ ଜିତିବା ମ୍ୟାଚ୍ ହାରିଗଲା ହାଇଦ୍ରାବାଦ, ପଞ୍ଜାବର ଅବିଶ୍ୱସନୀୟ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 24, 2020

ଚାହୁଁଚାହୁଁ ଜିତିବା ମ୍ୟାଚ୍ ହାରିଗଲା ହାଇଦ୍ରାବାଦ, ପଞ୍ଜାବର ଅବିଶ୍ୱସନୀୟ ବିଜୟ

ଦୁବାଇ: ସୁପର୍ ସଣ୍ଡେରେ ଦେଖିବାକୁ ମିଳିଛି ଜବରଦସ୍ତ ମ୍ୟାଚ୍। ରବିବାର ରାତିରେ ଏକ ଲୋ’ ସ୍କୋରିଂ ମ୍ୟାଚରେ ଜବରଦସ୍ତ ବୋଲିଂ ବଳରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୭ ୱିକେଟରେ ୧୨୬ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ ଟିମ୍ ମାତ୍ର ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

ହାଇଦ୍ରାବାଦକୁ ଶେଷ ଓଭରରେ ୧୪ ରନ୍ ଆବଶ୍ୟକ ଥିଲା। କିନ୍ତୁ ପଞ୍ଜାବ ବୋଲର ଅର୍ଶଦୀପ ସିଂହ ଏହି ଓଭରରେ ମାତ୍ର ୨ ରନ୍ ହିଁ ଦେଇଥିଲେ। ଏହି ବୋଲର ପ୍ରିୟମ ଗର୍ଗ ଓ ସନ୍ଦୀପ ଶର୍ମାଙ୍କୁ ଆଉଟ୍ କରି ନିଜ ଟିମକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ପଞ୍ଜାବ ତା’ର ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ପଞ୍ଜାବର ଏବେ ୧୧ ମ୍ୟାଚରେ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରି ପଞ୍ଚମ ସ୍ଥାନରେ ରହିଛି।

୧୨୭ ରନର ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦକୁ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଓ ଜନ୍ନି ବେୟାରଷ୍ଟୋ ଦ୍ରୁତ ଆରମ୍ଭ ଦେଇଥିଲେ। ବିଶେଷକରି ୱାର୍ଣ୍ଣର ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ୱାର୍ଣ୍ଣର୍ ୩ ଚୌକା ଓ ୨ ଛକା ସହ ୨୦ ବଲରେ ୩୫ ରନ୍ କରିଥିଲେ। ସେ ବେୟାରଷ୍ଟୋଙ୍କ ସହ ମିଶି ପାୱାରପ୍ଲେରେ ହିଁ ହାଇଦ୍ରାବାଦକୁ ୫୦ ରନ୍ ଅତିକ୍ରମ କରାଇଥିଲେ। କିନ୍ତୁ ପଞ୍ଜାବର ସ୍ପିନ୍ ଆଟାକ ଆସିବା ମାତ୍ରକେ ହାଇଦ୍ରାବାଦ ବ୍ୟାକଫୁଟକୁ ଚାଲିଆସିଥିଲା।

ସର୍ବପ୍ରଥମେ ୱାର୍ଣ୍ଣରଙ୍କୁ ଯୁବ ଲେଗ୍ ସ୍ପିନର୍ ରବି ବିଶ୍ନୋଇ ଆଉଟ୍ କରିଥିଲେ। ଏହା ମୁରୁଗାନ୍ ଅଶ୍ୱିନ୍ ଅନ୍ୟତମ ଓପ୍ନର ବେୟାରଷ୍ଟୋ (୧୯)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ପୂର୍ବ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଥିବା ମନିଷ ପାଣ୍ଡେ (୧୫) ନିରାଶ କରିଥିବା ବେଳେ ଅବଦୁଲ୍ ସମଦ (୭) ମଧ୍ୟ ସେଭଳି କିଛି ଖାସ୍ କରିପାରିନଥିଲେ। ମନିଷଙ୍କ ଆଉଟ୍ ବେଳକୁ ହାଇଦ୍ରାବାଦର ସ୍କୋର ୧୬.୧ ଓଭରରେ ୧୦୦ ରନରେ ଥିଲା। ଏହା ପରେ ଟିମକୁ ୨୩ ବଲରେ ୨୭ ରନ୍ ଦରକାର ଥିଲା। କିନ୍ତୁ ଶେଷ ୪ ଓଭରରେ ପଞ୍ଜାବର ବୋଲରଙ୍କ ବୋଲରଙ୍କ ଆଗରେ ହାଇଦ୍ରାବାଦ ଆତ୍ମସମର୍ପଣ କରିଦେଇଥିଲା।

ହାଇଦ୍ରାବାଦ ଶେଷ ୪ ଓଭରରେ ୧୪ ରନ୍ କରିଥିବା ବେଳେ ୬ ୱିକେଟ୍ ହରାଇ ବିଜୟ ହାତଛଡ଼ା କରିଥିଲା। ବିଜୟ ଶଙ୍କର (୨୬)ଙ୍କୁ ଛାଡ଼ିଦେଲେ ଲୋୟର୍ ଅର୍ଡରରେ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ପଞ୍ଜାବ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ କ୍ରିସ୍ ଜୋର୍ଡାନ୍ ଓ ଅର୍ଶଦୀପ ୩ଟି ଲେଖାଏ ୱିକେଟ୍‌ ନେଇଥିଲେ। ସେହିପରି ମହମ୍ମଦ ଶାମି, ଅଶ୍ୱିନ୍ ଓ ବିଶ୍ନୋଇ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

ଏହା ପୂର୍ବରୁ ପଞ୍ଜାବ ମଧ୍ୟ ଭଲ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ନିୟମିତ ଓପ୍ନର ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଓପନିଂ କରୁଥିବା ମନଦୀପ ସିଂହ ୧୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର ଲୋକେଶ ରାହୁଲ୍ ୨୭ ରନ୍ କରିବାକୁ ସକ୍ଷମ ହୋଇଥିଲେ।

ସେହିପରି କ୍ରିସ୍ ଗେଲ୍ (୨୦) ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ (୧୨) ପୁଣିଥରେ ନିଜ ବ୍ୟାଟର ଯାଦୁ ଦେଖାଇବାରେ ବିଫଳ ହୋଇଥିଲେ। ନିକୋଲାସ୍ ପୁରନ୍ ୩୨ ରନ୍ କରି ଅପରାଜିତ ଥିବା ବେଳେ ଦୀପକ ହୁଡା (୦), ଜୋର୍ଡାନ୍ ୭), ଅଶ୍ୱିନ୍ (୪) ଦୁଇଅଙ୍କ ଛୁଇଁପାରିନଥିଲେ। ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା, ଜେସନ୍ ହୋଲ୍ଡର ଓ ରଶିଦ୍ ଖାନ୍ ୨ଟି ଲେଖାଏ ୱିକେ୍‌ଟ ନେଇଥିଲେ।

The post ଚାହୁଁଚାହୁଁ ଜିତିବା ମ୍ୟାଚ୍ ହାରିଗଲା ହାଇଦ୍ରାବାଦ, ପଞ୍ଜାବର ଅବିଶ୍ୱସନୀୟ ବିଜୟ appeared first on Odisha Reporter.



from Odisha Reporter https://ift.tt/3jlCk5W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages