ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଏହାରି ଭିତରେ କଂଗ୍ରେସ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ କଥାବାର୍ତ୍ତାର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦିଗବିଜୟ ସିଂ ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ କହୁଥିବା ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବ୍ୟାକଫୁଟରେ କଂଗ୍ରେସ।
ବିଜେପି ନେତା ଲୋକେନ୍ଦ୍ର ମିଶ୍ର କହିଛନ୍ତି ଯେ କଂଗ୍ରେସ କେବେ ଗଣତନ୍ତ୍ରରେ ନୁହେଁ ମ୍ୟାନଜମେଣ୍ଟରେ ବିଶ୍ୱାସ କରେ। ଏହି ଅଡିଓ ନିଜେ ଦିଗବିଜୟ ସିଂ ଭାଇରାଲ କରିଥାଇପାରନ୍ତି ବୋଲି ଲୋକେନ୍ଦ୍ର କହିଛନ୍ତି।
ଏହାପୂର୍ବରୁ ସମାଜବାଦୀ ପାର୍ଟିର ଗ୍ୱାଲିଓ୍ୱର ବିଧାୟକ ପ୍ରାର୍ଥୀ ରୋଶନ ମୀର୍ଜା କହିଥିଲେ, ଦିଗବିଜୟ ସିଂ ତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ କହିଥିଲେ। ପ୍ରତିବଦଳରେ ନଗର ପରିଷଦ ଟିକେଟ୍ ଦେବେ ବୋଲି ଦିଗି ରାଜା ଅଫର ଦେଇଥିଲେ ବୋଲି ରୋଶନ ମୀର୍ଜା ଅଭିଯୋଗ କରିଥିଲେ। ଖାଲି ଦିଗବିଜୟ ନୁହେଁ ରାଜ୍ୟ କଂଗ୍ରେସର ଅନ୍ୟତମ ନେତା ଅସଲାମ ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଲେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ ମୀର୍ଜା।
The post ଉପନିର୍ବାଚନ ବେଳେ ହଟଚମଟ, ଦିଗ୍ ବିଜୟ ସିଂ ଓ ଏସପି ନେତାଙ୍କ ଭିଡିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/34Dhqv2
No comments:
Post a Comment