ନକଲି ସୁନାଇଟା ଦେଇ ନେଇଯାଇଥିଲେ ୫ ଲକ୍ଷ, ଧରାପଡ଼ିଲେ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ନକଲି ସୁନାଇଟା ଦେଇ ନେଇଯାଇଥିଲେ ୫ ଲକ୍ଷ, ଧରାପଡ଼ିଲେ‌

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ନକଲି ସୁନାଇଟା ଦେଇ ବ୍ୟବସାୟୀଙ୍କଠାରୁ ଲୁଟି ନେଇଥିଲେ ୫ ଲକ୍ଷ ଟଙ୍କା। ହେଲେ ଧରାପଡ଼ିଲେ। କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଘଟିଛି ଏହି ଘଟଣା।

ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଓ ଓଟିଏମ୍ କଲୋନୀର ସଂଗ୍ରାମ ମହନ୍ତ। ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୪୫ହଜାର ଟଙ୍କା, ୯ ଶହ ଗ୍ରାମ ଓଜନର ଏକ ନକଲି ସୁନାଇଟା ଓ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ଗତ ୨୬ ତାରିଖରେ ଚୌଦ୍ୱାରର ସୁଜିତ୍ କୁମାର ମହାରଣା ନାମକ ଜଣେ ଯୁବକଙ୍କୁ ଏହି ଦୁଇ ଅଭିଯୁକ୍ତ ଏକ ସୁନା ଇଟା ବିକ୍ରି କରି ୫ ଲକ୍ଷ ଟଙ୍କା ନେଇଥିଲେ। ତେବେ ଟେଷ୍ଟିଂ ବେଳେ ତାହା ପିତ୍ତଳ ବୋଲି ଜଣା ପଡ଼ିଥିଲା

ସୂଚନା ଥାଉ କି, କିଛି ଦିନ ତଳେ ବିଶ୍ୱାସ ଜନ୍ମାଇବା ପାଇଁ ଅଭିଯୁକ୍ତ ଦ୍ୱୟ ଟେଷ୍ଟିଂ ପାଇଁ ସୁଜିତ୍‌ଙ୍କୁ ଏକ ଅସଲି ସୁନା ଦେଇଥିଲେ।

ସୁଜିତ୍‌ଙ୍କ ଅଭିଯୋଗ କ୍ରମେ ପୁଲିସ୍ ଘଟଣାର ତଦନ୍ତ କରି ବିଜୟ ଓ ସଂଗ୍ରାମକୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ବିରଞ୍ଚି ନାରାୟଣ ପତି ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛନ୍ତି।

 

The post ନକଲି ସୁନାଇଟା ଦେଇ ନେଇଯାଇଥିଲେ ୫ ଲକ୍ଷ, ଧରାପଡ଼ିଲେ‌ appeared first on Odisha Reporter.



from Odisha Reporter https://ift.tt/37PA1Wx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages