ଲକ୍ଷ୍ନୌ: ହାଥରସ ମାମଲାକୁ ଦଙ୍ଗାରେ ପରିଣତ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ନେତା ଶ୍ୟୋରାଜ ଜୀବନ ବାଲ୍ମିକୀ ଗିରଫ। ଉତ୍ତର ପ୍ରଦେଶର ହାଥରସ ପୁଲିସ ଗୁରୁବାର ତାଙ୍କୁ ଘରୁ ଉଠାଇ ନେଇ ପଚରା ଉଚରା କରୁଥିଲା। ଆଜି ଗିରଫ ହୋଇଥିବା ନେଇ ୟୁପି ପୁଲିସ ସ୍ପଷ୍ଟ କରିଛି। ଶ୍ୟୋରାଜ କହିଛନ୍ତି, ମୁଁ ଜଣେ ଦଙ୍ଗାକାରୀ ନୁହେଁ। ସମଗ୍ର ଜୀବନ ମୁଁ ସାମ୍ପ୍ରଦାୟିକ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ କାମ କରିଛି। ଗତ ୪୦ ବର୍ଷ ଧରି ଲୋକଙ୍କ ସେବାରେ ଅଛି ଏବଂ ମୋ ବିରୋଧରେ ଗୋଟିଏ ବି ଏଫ୍ଆଇଆର୍ ଦାଖଲ ହୋଇନି।
ବୁଧବାର ରିପବ୍ଲିକ୍ ଟିଭି ଏକ ଷ୍ଟିଙ୍ଗ୍ ଅପରେସନ ଦେଖାଇଥିଲା। ଯେଉଁଥିରେ ହାଥରସ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଜାତି ଆଧାରରେ ପରିଣତ କରି ଦଙ୍ଗା କରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଥିଲା। ଷ୍ଟିଙ୍ଗ୍ ଅପରେସନରେ ୟୁପି କଂଗ୍ରେସର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧୀଙ୍କ ସହଯୋଗୀ ଶ୍ୟୋରାଜ ଜୀବନ କହିଥିଲେ ହାଥରସ ପ୍ରସଙ୍ଗ ଦବିବନି। ମୁଁ ଲୋକ ଠିକ୍ କରିଛି। ଜାତି ଆଧାରରେ ଲୋକଙ୍କୁ ଉସକେଇ ଦଙ୍ଗା ହେବ। ଉଭୟ ପକ୍ଷରୁ ଦୁଇ ଜଣ ଲେଖାଏ ଲୋକଙ୍କର ମୃତ୍ୟୁ ହେବ। ଏହାପରେ ରାହୁଲ ଗାନ୍ଧୀ ଆସିବେ। ତେବେ କିଛି ଫଣ୍ଡି ଦରକାର। ହେଲେ ଏଭଳି ସମ୍ଭବ ହେବ ବୋଲି ସେ କହିଥିଲେ। ତେବେ ଗିରଫ ହେବା ପରେ ଶ୍ୟୋରଜ ପ୍ରତିକ୍ରିୟାରେ ସଂପୃକ୍ତ ଚ୍ୟାନେଲକୁ ଧନ୍ୟବାଦ ଦେଇଛନ୍ତି। ତାଙ୍କୁ ମୋହର କରିଥିବାରୁ।
ଷ୍ଟିଙ୍ଗ୍ ଅପରେସନ ରିପବ୍ଲିକ ଦେଖାଇବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଲୋକଙ୍କୁ ସୁରକ୍ଷା ଏବଂ ଶାନ୍ତି ଚାହିଁବା ପରିବର୍ତ୍ତେ ଲୋକଙ୍କୁ ମାରିବାକୁ ଚାହୁଁଛନ୍ତି କୁଚକ୍ରି ଗୋଷ୍ଠୀ। ଯେଉଁ ନେତା କରୋନା ଏବଂ ଲକଡାଉନ୍ ବେଳେ ଜୀବନ ରକ୍ଷା ପାଇଁ ଘରେ ଲୁଚିଥିଲେ ଏବେ ସେମାନେ ଦଙ୍ଗା କରି ରାଜନୀତିକ ମାଇଲେଜ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ୟୁପିରେ କୌଣସି ଷଡ଼ଯନ୍ତ୍ର କାମ ଦେବନି। ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ନଭେମ୍ୱର ତିନିରେ ୟୁପିର ବଙ୍ଗାରମଉ (ଉନ୍ନାଓ) ବିଧାନସଭା ଆସନରେ ଉପନିର୍ବାଚନ ରହିଛି। ଏହି ସମୟରେ ପ୍ରଚାର କରିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ନେତାଙ୍କ ନାମ ନନେଇ ଏଭଳି କଡ଼ା ଚେତାବନୀ ଦେଇଥିଲେ।
ଅନ୍ୟପଟେ ୟୁପିରେ ଦଙ୍ଗା ପାଇଁ ମଥୁରାରୁ ଫିଏଫଆଇର ୪ ସଦସ୍ୟ ଗିରଫ ହୋଇଛନ୍ତି। ଇସଲାମିକ ଦେଶରୁ ୧୦୦ କୋଟି ଟଙ୍କା ନିବେଶ କରାଯାଇ ୟୁପିରେ ଦଙ୍ଗା କରିବାକୁ ଷଡ଼ଯନ୍ତ୍ର ଚାଲିଥିଲା ବୋଲି ଜଣାପଡ଼ିଛି। ଇଡି ଏବେ ଏହି ମାମଲାର ତଦନ୍ତ କରୁଛି। ଚାରି ସଦସ୍ୟ ଏବେ ଜେଲରେ।
The post ଦେଶଦ୍ରୋହ ମାମଲାରେ ଗିରଫ ହେଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ appeared first on Odisha Reporter.
from Odisha Reporter https://ift.tt/2SCcUGl
No comments:
Post a Comment