ପ୍ରେମ ପାଇଁ ଖଣ୍ଡ ଖଣ୍ଡ କରି ହାଣିଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 9, 2020

ପ୍ରେମ ପାଇଁ ଖଣ୍ଡ ଖଣ୍ଡ କରି ହାଣିଦେଲେ!

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ପ୍ରେମ ସମ୍ପର୍କରୁ ନିର୍ମମ ହତ୍ୟା। ଏଭଳି ଘଟଣା ଘଟିଛି କଣ୍ଟାବାଞ୍ଜି କୁକୁଡାହାଡ଼ ଗାଁରେ। ଗାଁ ପାଖ ରେଳ ଲାଇନ ଟ୍ରାକରୁ ଯୁବକର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ତେବେ ପ୍ରେମ ସମ୍ପର୍କରୁ ଏହି ହତ୍ୟା ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ମୃତକ ଜଣକ ହେଲେ କଣ୍ଟାବାଞ୍ଜି ୧୧ ନମ୍ବର ୱାର୍ଡ ରାମନଗର ପଡ଼ାର ଆନନ୍ଦ ତାଣ୍ଡିl

ମୃତଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ତୁରେକେଲା ବ୍ଲକ କୁକୁଡ଼ାହାଡ଼ ଗାଁର ଝିଅ ସାଙ୍ଗରେ କିଛି ଦିନ ହେଲା ଆନନ୍ଦଙ୍କ ପ୍ରେମ ସମ୍ପର୍କ ଥିଲା। ତେବେ ବୁଧବାର ଆନନ୍ଦ ନିଜ ବାନ୍ଧବୀକୁ ନେଇ ଆନନ୍ଦ ଧରି ପଳାଇ ଥିଲେ। ଯାହା ପରେ ସେ ସିନ୍ଧେକେଲା ଯିବେ ବୋଲି କହିଥିଲେ। କିନ୍ତୁ ଆଜି ସକାଳୁ କୁକୁଡ଼ାହାଡ଼ ଗାଁ ପାଖ ରେଳ ଲାଇନରେ ଆନନ୍ଦଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି।

ହାତ, ପାପୁଲି, ଜୋତା, ମୋବାଇଲ ସହ ଏକ ଧରୁଆ ଅସ୍ତ୍ର ସବୁ ଅଲଗା ଅଲଗା ଜାଗାରେ ପଡିଛି l ଆନନ୍ଦଙ୍କୁ ହତ୍ୟା କରି ରେଳ ଲାଇନରେ ପକାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତିl ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଜିଆରପି ପୋଲିସ ପହଂଚି ତଦନ୍ତ ଆରମ୍ଭ l

The post ପ୍ରେମ ପାଇଁ ଖଣ୍ଡ ଖଣ୍ଡ କରି ହାଣିଦେଲେ! appeared first on Odisha Reporter.



from Odisha Reporter https://ift.tt/34HHvaP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages