ନୂଆଦିଲ୍ଲୀ: ଜୋର୍ ଧରିଛି ବିହାର ରାଜଧାନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ଚିରାଗ ପାସଓ୍ୱାନଙ୍କ ସହ ଆଲୋଚନା କରିଛି। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାସଓ୍ୱାନଙ୍କୁ ଫୋନ କରିଛନ୍ତି।
ବିଜେପି ନେତାମାନେ ଚିରାଗଙ୍କୁ କହିଛନ୍ତି ଯେ, ଯେପରି ପିତା ରାମ ବିଲାସ ପାସଓ୍ୱାନଙ୍କ ତୁମେ ସେବା କରୁଛ, ସେ ସୁସ୍ଥ ହେବା ପରେ ତୁମ ଉପରେ ଗର୍ବ ଅନୁଭବ କରିବେ। ତେବେ ସିଧାସଳଖ ରାଜନୀତିକୁ କୌଣସି ନେତା ଆଲୋଚନା କରିଛନ୍ତି କି ନାହିଁ, ସେନେଇ ଚିରାଗ କୌଣସି ବୟାନ ଦେଇନାହାନ୍ତି। ଅନ୍ୟପଟେ ଲୋକ ଜନଶକ୍ତି ସଂସଦୀୟ ଦଳର ଆଜି 3ଟା ବେଳେ ଜରୁରୀ ବୈଠକ ଅନୁଷ୍ଠିତ ହେବ।
ରାମବିଳାସ ପାସଓ୍ୱାନ ବର୍ତ୍ତମାନ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏନେଇ ଶନିବାର ଚିରାଗ ସୂଚନା ଦେଇ କହିଛନ୍ତି, ତାଙ୍କ ପିତାଙ୍କର ଆଉ ଏକ ହାର୍ଟ ସର୍ଜରୀ ହୋଇପାରେ। ଚିରାଗ ଟ୍ୱିଟ୍ କରି କହିଛନ୍ତି, ଗତ କିଛି ଦିନ ହେଲା ପିତା ହସ୍ପିଟାଲରେ ଚିକିତ୍ସାରତ। ବିଳମ୍ବିତ ରାତିରେ ତାଙ୍କର ହାର୍ଟ ଅପରେସନ କରିବାକୁ ପଡ଼ିଲା। ଆବଶ୍ୟକ ପଡ଼ିଲେ କିଛି ସପ୍ତାହ ମଧ୍ୟରେ ଆଉ ଏକ ସର୍ଜରୀ କରିଯିବ।
The post ବିହାର ନିର୍ବାଚନ: ଚିରାଗଙ୍କୁ ବିଜେପିର ଶୀର୍ଷ ନେତାଙ୍କ ଫୋନ୍ appeared first on Odisha Reporter.
from Odisha Reporter https://ift.tt/30yLNjP
No comments:
Post a Comment