ନୂଆଦିଲ୍ଲୀ: କ୍ରିକେଟ୍ ଜଗତରୁ ଆସିଛି ବଡ଼ ଦୁଃଖଦ ଖବର। ଆଫଗାନିସ୍ତାନର ଅମ୍ପାୟାର ବିସମିଲ୍ଲା ଜାନ୍ ଶିନୱାରୀଙ୍କର କାର୍ ବିସ୍ଫୋରଣରେ ମୃତ୍ୟୁ ହୋଇଛି। ଶନିବାର ଆଫଗାନିସ୍ତାନର ନାଙ୍ଗରହର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ପରିବାରର ମଧ୍ୟ ୭ଜଣଙ୍କର ମୃତ୍ୟୁ ଘଟିଛି। କାରରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୫ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଲୋକେ ଆହତ ହୋଇଥିବା ଆଫଗାନିସ୍ତାନ ମିଡିଆ ପକ୍ଷରୁ ସୂଚନା ମିଳିଛି।
ନାଙ୍ଗରହର ଗଭର୍ଣ୍ଣରଙ୍କ ମୁଖପାତ୍ର ଏହାର ସୂଚନା ଦେଇ କହିଛନ୍ତି, କିଛି ବନ୍ଧୁକଧାରୀ ଡ୍ରିଷ୍ଟ୍ରିକ୍ଟ ଗଭର୍ଣ୍ଣର କମ୍ପାଉଣ୍ଡରେ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ, କିନ୍ତୁ ସୁରକ୍ଷାକର୍ମୀ ସେମାନଙ୍କୁ ନିପାତ କରିଥିଲେ। କୁହାଯାଉଛି ଯେ ଏହି ବୋମା ବିସ୍ଫୋରଣ ନାଙ୍ଗରହର ଅଞ୍ଚଳର ଶିନୱାର ଜିଲ୍ଲାରେ ଦ୍ୱିପହର ୧୨.୨୦ ମିନିଟରେ ଘଟିଛି।
୩୬ ବର୍ଷୀୟ ଆଇସିସି ଅମ୍ପାୟାର ଶିନୱାରୀ ୨୦୧୭ରେ ଗାଜି ଆନାମୁଲ୍ଲା ରିଜିଓନାଲ୍ ଦିନିକିଆ ଅମ୍ପାୟାରିଂ କରିସାରିଛନ୍ତି ଏବଂ ୨୦୧୭-୧୮ରେ ଅହମ୍ମଦ ଶାହ ଅବ୍ଦାଲି ୪ ଦିନିକିଆ ଟୁର୍ଣ୍ଣାମେଣ୍ଟ ସହ ସେ କିଛି ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଅମ୍ପାୟାରିଂ କରିଛନ୍ତି।
୨୦୧୮, ଫେବୃଆରୀ ୫ ତାରିଖରେ ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷ ଟି-୨୦ ମ୍ୟାଚ୍ରେ ଅମ୍ପାୟାରିଂ କରି ସେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେହିପରି ସେହି ବର୍ଷ ଫେବୃଆରୀ ୧୧ ତାରିଖରେ ଆଫଗାନିସ୍ତାନ ଓ ଜିମ୍ବାୱେ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ମୋଟ ୬ଟି ଅନ୍ତର୍ଜାତୀୟ ଦିନିକିଆରେ ଅମ୍ପାୟାରିଂ କରିଛନ୍ତି।
The post ବୋମା ବିସ୍ଫୋରଣରେ ଚାଲିଗଲା ଆଇସିସି ଅମ୍ପାୟାରଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3lbuvRv
No comments:
Post a Comment