ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଛତ୍ରପୁର (ଆଲୋକ ଗୌଡ): ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଛାଡିଦେଲେ ଆଉକିଛି ନାହିଁ। ଗୋଟିଏ ବର୍ଷରେ ୧୯ବର୍ଷର ଝିଅ, ଆଉ୧୭ର ପୁଅ ଦୁହେଁ ମରିଗଲା ପରେ, ଏବେ ଖାଦ୍ୟ ନଳୀ ଖରାପ ହୋଇଯିବାରୁ, ବର୍ଷେ ହେଲା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିକି ବର୍ଷେ ହେବ ସେ ଶେଯରେ ପଡି ରହି ସରକାରୀ ସହାୟତା ପାଇଁ ସରପଞ୍ଚ, ବିଡ଼ିଓ, ବିଧାୟକ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଚିଠି ଲେଖି ନିରାଶ ହେଲେ।

ତେବେ ସବୁଥିରୁ ନିରାଶ ହେବା ପରେ ଶେଷରେ ଏବେ ଇଚ୍ଛା ମୃତ୍ୟୁକୁ ଆପଣାଇବାକୁ ପୁଣି ମୁଖ୍ୟ ମନ୍ତ୍ରୀଙ୍କ ପାଇଁ ଚିଠି ଲେଖିଛନ୍ତି ଜଣେ ଅସହାୟ ମହିଳା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ପଞ୍ଚାୟତ ରାମଗଡ ଗ୍ରାମରେ। ଏହି ଗ୍ରାମର ଧୋବା ପ୍ରଧାନଙ୍କ ପରିବାରରେ ଦୁଇ ବର୍ଷ ତଳେ ତାଙ୍କର ପୁଅ ଝିଅ ଦୁଇଟି ମୃତ୍ୟୁବରଣ କରିଥିଲେ। ଯାହାପରେ ସ୍ତ୍ରୀ ଅନିତା ପ୍ରଧାନ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ପରେ କିଛି ଦିନ ପରେ ଖାଦ୍ୟ ନଳିଟି ବନ୍ଦ ହୋଇଯାଇଥିଲା।

ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାରୁ ଋଣ କରଜ କରି AIIMS ହସ୍ପିଟାଲରେ ଅପରେସନ କରି ନଳୀ ସାହାଜରେ ଖାଦ୍ୟ ଖାଉଛନ୍ତି। ତେବେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜୁଛି। ଏଥିପାଇଁ ସେ ସରପଞ୍ଚ, ବିଡ଼ିଓ, ପୋଲସରା ବିଧାୟକଙ୍କୁ ଗୁହାରି କରିଥିଲେ ହେଁ କେହି ତାଙ୍କ ପ୍ରତି କର୍ଣ୍ଣପାତ କରୁନାହାନ୍ତି।

ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ମଧ୍ୟ ମାଗିଥିଲେ। ହେଲେ ସେଠୁ ମଧ୍ୟ କୌଣସି ପ୍ରକାରର ସହାୟତା ମିଳିଲା ନାହିଁ। ଯାହା ଫଳରେ ସେ ଶେଷରେ ଇଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି। ତେବେ ଏହି ଅସହାୟ ମହିଳାଙ୍କୁ ସହାୟତା ମିଳୁଛି ନା ଇଛାମୃତ୍ୟୁ ପାଇଁ ଅନୁମତି ମିଳୁଛି, ତାହା ଦେଖିବାକୁ ବାକି ରହିଲା।

The post ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି appeared first on Odisha Reporter.



from Odisha Reporter https://ift.tt/35phUnE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages