ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍ଲିଂ କାରଖାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍ଲିଂ କାରଖାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସସ୍ ହେଉ କି ଘିଅ, ପୂଜା ସାମଗ୍ରୀ ହେଉ କି ଗଙ୍ଗାଜଳ । ଗତ କିଛିଦିନ ହେଲା ଟୁଇନ୍‌ସିଟିରେ କ୍ରମାଗତ ଭାବେ ଏସବୁ ସାମଗ୍ରୀକୁ ନକଲି କରି ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଏଭଳି ସ୍ଥିତିରେ ଏବେ ରାଜଧାନୀରେ ସାମ୍ନାକୁ ଆସିଛି ନକଲି ୱାଟର ବଟ୍ଲିଂ କାରଖାନା ।

ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ଏହି ନକଲି ୱାଟର ବଟ୍ଲିଂ କାରଖାନାକୁ ଠାବ କରିଛି ପୁଲିସ୍‌ । ଯେଉଁଠି ନାମୀଦାମୀ କଂପାନୀର ବ୍ରାଣ୍ଡ ବ୍ୟବହାର କରି ବିକ୍ରିବଟା ଚାଲୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ପୁଲିସ୍‌ ଏହି କାରଖାନା ଉପରେ ଚଢ଼ାଉ କରିଛି । ଆଉ ଚଢ଼ାଉ ପରେ ଜବତ ହୋଇଛି ପାଣି ବୋତଲ ସହ ବିଭିନ୍ନ ବ୍ରାଣ୍ଡ୍ର ଷ୍ଟିକର୍ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

 

The post ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍ଲିଂ କାରଖାନା appeared first on Odisha Reporter.



from Odisha Reporter https://ift.tt/3mfC3mM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages