ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ ମହାନାୟକ, ବିଗ୍ ବି, ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଏଭରଗ୍ରୀନ ଅମିତାଭ୍ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଜଗତର ମହାନ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ। ଅମିତାଭଙ୍କ ଅଭିନୟଠାରୁ ଆରମ୍ଭ କରି ତାଙ୍କର ଗମ୍ଭୀର କଣ୍ଠସ୍ୱର ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଗଣିତ ପ୍ରେମିକ ରହିଛନ୍ତି। ଗତ ପାଞ୍ଚ ଦଶନ୍ଧି ଧରି ବଲିଉଡପ୍ରେମୀଙ୍କୁ ବାନ୍ଧି ରଖିଛନ୍ତି ବିଗ୍ ବି। ଦର୍ଶକ ଆଜି ବି ଅମିତାଭଙ୍କ ଅନ୍ଦାଜରେ ଫିଦା। ୧୯୬୯ ନଭେମ୍ବର ୭ରେ ରିଲିଜ୍ ‘ସାତ୍ ହିନ୍ଦୁସ୍ତାନୀ’ ଫିଲ୍ମରୁ ଆରମ୍ଭ ହୋଇଥିଲା ଅମିତାଭଙ୍କ କ୍ୟାରିୟର, ଯାହା ଆଜି ବି ସଫଳତାର ସହ ଜାରି ରହିଛି।
ଆଜି ହେଉଛି ବଲିଉଡର ଏହି ମହାନାୟକଙ୍କ ୭୮ତମ ଜନ୍ମଦିନ। ଅଗଣିତ ସିନେପ୍ରେମୀଙ୍କ ଆଦର୍ଶ ଅମିତାଭ ଦିନେ ଭିଡ଼ ଭିତରେ ନିଜ ପରିଚୟ ଖୋଜିବାକୁ ସଂଘର୍ଷ କରୁଥିଲେ। ସେତେବେଳେ ଏକ କମ୍ପାନୀରେ ସେ ଚାକିରି କରୁଥିଲେ। ହେଲେ ଦିନ ଆସିଲା ତାଙ୍କୁ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ମିଳିଲା। ତେବେ ଅମିତାଭଙ୍କୁ କେମିତି ଫିଲ୍ମ ଦୁନିଆରେ ଏଣ୍ଟ୍ରି ମିଳିଥିଲା ଆଉ ସେ ଏଥିପାଇଁ କେତେ ବେତନ ପାଇଥିଲେ ଆସନ୍ତୁ ଜାଣିବା..
ମହାନାୟକ ଅମିତାଭ୍ ବଚ୍ଚନଙ୍କ ପ୍ରଥମ ଫିଲ୍ମ ହେଉଛି ‘ସାତ୍ ହିନ୍ଦୁସ୍ତାନୀ’। ଖ୍ୱାଜା ଅହମଦ ଅବ୍ବାସଙ୍କ ଦ୍ୱାରା ଲିଖିତ, ନିର୍ମିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମରୁ ବିଗ୍ ବି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଗୋଆକୁ ପର୍ତ୍ତୁଗୀଜମାନଙ୍କ ଶାସନରୁ ମୁକ୍ତ କରିବା କାହାଣୀ ଥିଲା ଫିଲ୍ମର ମୁଖ୍ୟ କଥାବସ୍ତୁ। ଫିଲ୍ମରେ ଉତ୍ପଲ ଦତ୍ତ, ମଧୁ, ଏକେ ହଙ୍ଗଲଙ୍କ ସହ ଅମିତାଭ୍ ବଚ୍ଚନ ପ୍ରମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
ଫିଲ୍ମ ସାତ୍ ହିନ୍ଦୁସ୍ଥାନୀରେ ଟିନୁ ଆନନ୍ଦ କବି ଭୂମିକାରେ ଅଭିନୟ କରୁଥିଲେ, ଯାହା ଫିଲ୍ମର ସବୁଠାରୁ ମୁଖ୍ୟ ଚରିତ୍ର ଥିଲା। ତେବେ ଅମିତାଭ୍ କବିଙ୍କ ବନ୍ଧୁଙ୍କ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ହେଲେ ଭାଗ୍ୟର ବିଧାନ ହୁଏତ କିଛି ଅଲଗା ଥିଲା। ପରିସ୍ଥିତି ଏମିତି ମୋଡ଼ ନେଇଥିଲା ଯେ, ଟିନୁ ଏହି ଫିଲ୍ମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ଅମିତାଭ୍ ବଚ୍ଚନଙ୍କୁ ମୁଖ୍ୟ ଭୂମିକା କବି ଚରିତ୍ରଟି ମିଳିଗଲା। ଆଉ ଆରମ୍ଭ ହେଲା ଅମିତାଭଙ୍କ ଫିଲ୍ମି ଯାତ୍ରା…
ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅମିତାଭଙ୍କୁ କେତେ ଟଙ୍କା ମିଳିଥିଲା ଜାଣିଲେ ଆପଣ ଜାଣିଲା ଆଶ୍ଚର୍ୟ୍ୟ ହେବେ। ସେତେବେଳେ ଅଭିନେତାଙ୍କୁ ଅଧିକ ଟଙ୍କା ମିଳୁଥିଲେ ମଧ୍ୟ ଅମିତାଭଙ୍କୁ ନିଜ ପ୍ରଥମ ଫିଲ୍ମ ପାଇଁ ମାତ୍ର ୫ ହଜାର ଟଙ୍କା ଫି’ ମିଳିଥିଲା। କମ୍ ଫି’ ମିଳିଥିଲେ ମଧ୍ୟ ଅମିତାଭ୍ କେବେ ବି ପଛକୁ ବୁଲି ଚାହିଁ ନ ଥିଲେ ଏବଂ ଅଭିନୟ କରିବାକୁ ପ୍ରସ୍ତୁତ ଥିଲେ। ତେବେ ପ୍ରଥମ ଫିଲ୍ମ ସେତେଟା କମାଲ୍ କରିପାରି ନ ଥିଲେ ବି ପରେ ପରେ ଅମିତାଭ୍ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି।
ବର୍ଷ ପରେ ବର୍ଷ ବିତି ଚାଲିଲା, ଅମିତାଭ୍ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ବିଗ୍ ବି ହୋଇଗଲେ। ଶୋଲେ, ଦିଓ୍ଲାର, ଜଞ୍ଜୀର, ସିଲସିଲା, ହମ୍, କୁଲି, ସତ୍ତେ ପେ ସତ୍ତା, କଭି କଭି, ବାଗଓ୍ୱାନ, ଚିନି କମ୍ ଭଳି ଭିନ୍ନ ଭିନ୍ମ ସ୍ୱାଦର ତଥା ସବୁ ବର୍ଗଙ୍କ ପାଇଁ ଅନେକ ହିଟ୍ ଫିଲ୍ମ ଦେଇ ଅମିତାଭ୍ ଆଜି ଦଶନ୍ଧି ଦଶନ୍ଧି ଧରି ବଲିଉଡର ମହାନାୟକର ମୁକୁଟ ପିନ୍ଧିଛନ୍ତି।
The post ହାପି ବର୍ଥ ଡେ’ ଅମିତାଭ୍ ବଚ୍ଚନ: ପ୍ରଥମ ଫିଲ୍ମ କେମିତି ପାଇଥିଲେ ବିଗ୍ ବି? appeared first on Odisha Reporter.
from Odisha Reporter https://ift.tt/3jOMOeZ
No comments:
Post a Comment