ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଦୁଇ ପରିବାର ମଧ୍ୟରେ ଜବରଦସ୍ତ ଗୋଷ୍ଠୀ ସଂଘର୍ଷ। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଥାନା ଡିମିରିଶେଣା ହରିଜନ ସାହିରେ। ପାଣି ପାଇପ୍ ପକାଇବାକୁ କେନ୍ଦ୍ର କରିନେଇ ଏଭଳି ଘଟିଛି। ଏହି ଘଟଣାରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଡିମିରଶେଣା ହରିଜନ ସାହିର ଦୁଇ ପରିବାର ପାଣି ପାଇପକୁ ନେଇ ଆଜି ସକାଳେ ପାଟିତୁଣ୍ଡ କରିଥିଲେ। ତେବେ ଏହି ପାଟିତୁଣ୍ଡ ପରବର୍ତ୍ତୀ ସମୟରେ ହିଂସ୍ର ରୂପ ନେଇଥିଲା। ଏହି ଘଟଣାରେ ଜଣେ ତେଣ୍ଟା ମାଡ଼ରେ ଏବଂ ଆଉ ଜଣେ ଟାଙ୍ଗିଆ ମାଡ଼ରେ ମୃତ୍ୟୁବରଣ କରିଛନ୍ତି।
ଘଟଣା ସ୍ଥଳରେ ପହଞ୍ଚି ପୁଲିସ୍ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ୬ ଆହତଙ୍କୁ ରେବଣାନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
The post ତେଣ୍ଟା ମାଡ଼ରେ ୨ ମୃତ, ୬ ଆହତ appeared first on Odisha Reporter.
from Odisha Reporter https://ift.tt/3lrYmW6
No comments:
Post a Comment