ପୋଖରୀକୁ ଯାଇ ବୁଡ଼ିଗଲେ ୨ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ପୋଖରୀକୁ ଯାଇ ବୁଡ଼ିଗଲେ ୨ ଭଉଣୀ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ପୋଖରୀକୁ ଗାଧୋବାକୁ ଯାଇଥିବା ୨ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଘଟିଯାଇଛି ।  ମୃତା ୨ ଭଉଣୀ ହେଲେ ସୁରେଶ ପାହାନଙ୍କ ୧୦ବର୍ଷର ଝିଅ ପୂଜା ପାହାନ ଅନ୍ୟଜଣେ ୮ ବର୍ଷର ଝିଅ ଖୁସି ପାହାନ ।

ମିଳିଥିବା ସୂଚନା ଅନଯାୟୀ, ଆଜି ସକାଳେ ୨ ଭଉଣୀ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ପରିବାର ଲୋକ ଓ  ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ଖୋଜାଖୋଜି କରି ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି l

ଦୁଇ ଭଉଣୀଙ୍କ ମୃତ ଶରୀର ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ପୁଲିସ୍‌ ପହଞ୍ଚି  ଶବ ବ୍ୟବଛେଦ ପାଇଁ ବନ୍ଦୋବସ୍ତ କରୁଥିବା ଜଣାଯାଇଛି।

The post ପୋଖରୀକୁ ଯାଇ ବୁଡ଼ିଗଲେ ୨ ଭଉଣୀ appeared first on Odisha Reporter.



from Odisha Reporter https://ift.tt/3m654RL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages