କରୋନାରୁ ଠିକ୍‌ ହେବା ପରେ କିଡ୍‌ନୀ ଦାନ କରି ଅନ୍ୟର ଜୀବନ ବଞ୍ଚାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

କରୋନାରୁ ଠିକ୍‌ ହେବା ପରେ କିଡ୍‌ନୀ ଦାନ କରି ଅନ୍ୟର ଜୀବନ ବଞ୍ଚାଇଲେ

ଜୟପୁର: ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜ ମହାନତାର ପରିଚୟ ଦେଇଛନ୍ତି ଜଣେ ମହିଳା ଓ ଜଣେ ପୁରୁଷ। ଉଭୟ କରୋନାରୁ ସୁସ୍ଥ ହେବା ପରେ ନିଜ ସମ୍ପର୍କୀୟଙ୍କ ଜୀବନ ବଞ୍ଚାଇବାକୁ କିଡନୀ ଦାନ କରିଛନ୍ତି। ରାଜସ୍ଥାନର ଦୁଇଟି ସ୍ଥାନରେ ଘଟିଥିବା ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ୩୦ ବର୍ଷୀୟ ଦୁର୍ଗା ଦେବୀ ଓ ୪୪ ବର୍ଷୀୟ ମହମ୍ମଦ ଆରିଫ କିଡନୀ ରୋଗରେ ପୀଡ଼ିତ ଥିଲେ। ଫଳରେ ଡାକ୍ତର କିଡ୍‌ନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ଡୋନର ମଧ୍ୟ ରେଡ୍ଡୀ ହୋଇଥିଲେ। ତେବେ କିଡ୍‌ନୀ ଦାନ କରିବାକୁ ଥିବା ଲୋକଙ୍କୁ ହଠାତ କରୋନା ହୋଇଯିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଥିଲା।

ରାଜସ୍ଥାନର କୋଟାରେ ରହୁଥିବା ଦୁର୍ଗା ଏହି ଖବର ପାଇ ମର୍ମାହତ ହୋଇଥିଲେ। କାରଣ ଦୁର୍ଗା ଦେବୀଙ୍କୁ ତାଙ୍କ ଦିଅର ଧନା ଲାଲ କିଡ୍‌ନୀ ଦାନ କରିବାର ଥିଲେ ହେଁ ସେ କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ। ଦୁର୍ଗାଙ୍କ ସ୍ୱାମୀ ରତ୍ନ ଲାଲ କହିଛନ୍ତି, କିଡ୍‌ନୀ ପ୍ରତିରୋପଣ ପାଇଁ ଆମେ ୧୭ ତାରିଖରେ ଜୟପୁରରେ ପହଞ୍ଚି ଥିଲୁ। ତେବେ ଶେଷ ମୁହୂର୍ତ୍ତରେ ଜଣାପଡ଼ିଥିଲା ଯେ ମୋ ଭାଇ(ଧନା ଲାଲ) କରୋନରେ ସଂକ୍ରମିତ।

୧୪ ଦିନ ଚିକିତ୍ସିତ ହେବା ପରେ ତା’ ରିପୋର୍ଟ ନେଗେଟିଭ ଆସିଥିଲା। ସେହିପରି ୧୪ ଅଗଷ୍ଟରେ ସେ ପୂରା ସୁସ୍ଥ ହେବା ପରେ  କିଡ୍‌ନୀ ପ୍ରତିରୋପଣ ହୋଇଥିଲା। ଏବେ ଦୁର୍ଗା ଓ ମୋ ଭାଇ ପୂରା ସୁସ୍ଥ ଅଛନ୍ତି।

ଦ୍ୱିତୀୟ ଘଟଣାଟି ସିକର ଠାରେ ଦେଖିବାକୁ ମିଳିଛି। କିଡ୍‌ନୀ ରୋଗରେ ପୀଡ଼ିତ ଆରିଫଙ୍କ ପତ୍ନୀ ଫିରଦୋସ ତାଙ୍କୁ କିଡ୍‌ନୀ ଦେବାର ଥିଲା। ହେଲେ ଜୁନ୍‌ ୨୯ରେ ୩୫ ବର୍ଷୀୟ ଫିରଦୋସ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଦୁଇ ମାସ ପରେ କରୋନାରୁ ଫିରଦୋସ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ। ଏହାପରେ ସେ ନିଜ ସ୍ୱାମୀଙ୍କୁ କିଡନୀ ଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି।

The post କରୋନାରୁ ଠିକ୍‌ ହେବା ପରେ କିଡ୍‌ନୀ ଦାନ କରି ଅନ୍ୟର ଜୀବନ ବଞ୍ଚାଇଲେ appeared first on Odisha Reporter.



from Odisha Reporter https://ift.tt/3m5gVzF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages