ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳିତ ନିର୍ଯାତନା ଅଭିଯୋଗରେ ଓଟିଭି ଏମ୍ଡି ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ବିଭିନ୍ନ ଚ୍ୟାନେଲ ପ୍ରସାରିତ କରୁଥିବା ବେଳେ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ଓଟିଭି ଏମ୍ଡି ଜାଗିମଙ୍ଗତ ପଣ୍ଡା।
ନବୀନ ସରକାର ଅନୁବନ୍ଧିତ କିଛି ଚ୍ୟାନେଲରେ ଆଜି ସକାଳୁ ଏହି ଖବରକୁ ପ୍ରସାରିତ କରାଯାଉଛି। ମାତ୍ର ଓଟିଭି ଏମ୍ଡି ଏହାକୁ ଖଣ୍ଡନ କରିବା ସହ ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ଏହାକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଛନ୍ତି।
ଏଥିସହ ସେ କହିଛନ୍ତି, “ଗତ ଦୁଇ ମାସ ହେଲାଣି କୋଭିଡ଼ ଦୁର୍ନୀତି ନେଇ ଓଟିଭିରେ ଖବର ପ୍ରସାରଣ ହେଉଥିବାରୁ ଟାର୍ଗେଟରେ ଅଛୁ। ଏଥିପାଇଁ ଓଟିଭି ଏବଂ ଏହାର କର୍ମଚାରୀଙ୍କୁ ଟାର୍ଗେଟ କରାଯାଉଛି। ମୋତେ ଓ ମୋ ପରିବାରକୁ ବି ଟାର୍ଗେଟ କରାଯାଉଛି। ମିଥ୍ୟା ଆରୋପ ନେଇ ନବୀନ ସରକାରଙ୍କ ଏପରି ଆକ୍ରୋଶ ସମସ୍ତେ ଦେଖୁଛନ୍ତି। ଭବିଷ୍ୟତରେ ମଧ୍ୟ ଅଧିକ ଆକ୍ରୋଶ ଦେଖିବାକୁ ଆଶଙ୍କା କରୁଛୁ। ପୂର୍ବରୁ ଦୁଇଟି ମାମଲାରେ କୋର୍ଟ ଯାଇ ଅନ୍ତରୀଣ ସୁରକ୍ଷା ପାଇଛୁ। ଏ ସମସ୍ତ ଘଟଣାର ନିରପେକ୍ଷ ଏବଂ ବିଶ୍ୱସନୀୟ ସଂସ୍ଥା ଦ୍ୱାରା ତଦନ୍ତ ଜରୁରୀ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି, ନ୍ୟାୟ ନିଶ୍ଚିତ ମିଳିବ ବୋଲି ଆଶା ରଖିଛୁ।”
ଏହାବ୍ୟତୀତ ସାଧାରଣ ଜନତାଙ୍କୁ ମଧ୍ୟ ଅପିଲ କରି ଦୁର୍ନୀତି ଦେଖାଉଥିବାରୁ କିଭଳି ଆକ୍ରୋଶ କରାଯାଉଛି ଦେଖନ୍ତୁ ବୋଲି କହିଲେ।
The post ଦଳିତ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କଲେ ଓଟିଭି ଏମ୍ଡି, କହିଲେ, ‘ଟାର୍ଗେଟରେ ଅଛୁ’ appeared first on Odisha Reporter.
from Odisha Reporter https://ift.tt/34nEUmf
No comments:
Post a Comment