ଲୌହମାନବଙ୍କ ସ୍ମୃତିରେ ବାପୁଜୀ, ଚାଚାଜୀଙ୍କୁ ନେଇ ଏଭଳି ଟିପ୍ପଣୀ କଲେ କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 30, 2020

ଲୌହମାନବଙ୍କ ସ୍ମୃତିରେ ବାପୁଜୀ, ଚାଚାଜୀଙ୍କୁ ନେଇ ଏଭଳି ଟିପ୍ପଣୀ କଲେ କଙ୍ଗନା

ନୂଆଦିଲ୍ଲୀ: ଯେଉଁଠି କଙ୍ଗନା, ସେଇଠି ବିବାଦ। ଯେପରି ବିବାଦ ଆଉ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବହୁ ପୁରୁଣା ସମ୍ପର୍କ। ପୁଣିଥର ବଲିଉଡ୍ କୁଇନ ନିଜ ବୟାନକୁ ନେଇ ବିବାଦ ଘେରରେ। ସେ ସର୍ଦ୍ଦାର ପଟେଲଙ୍କ ଜୟନ୍ତି ଅବସରରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ।

ପ୍ରକୃତରେ କଙ୍ଗନା ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଜୟନ୍ତି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମହାତ୍ମା ଗାନ୍ଧୀ ଏବଂ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବାଦରେ ଟିପ୍ପଣୀ କରିଛନ୍ତି।

ଟ୍ୱିଟ୍ କରି କଙ୍ଗନା ଭାରତର ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ପବିତ୍ର ଜନ୍ମଜୟନ୍ତି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି। ସେ ଲେଖିଛନ୍ତି, ଆଜିର ଅଖଣ୍ଡ ଭାରତ ଆମକୁ ଦେଇଥିବା ବ୍ୟକ୍ତ ଜଣକ ହେଉଛନ୍ତି ଆପଣ। କିନ୍ତୁ ଆପଣ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରି ଜଣେ ଦୂରଦର୍ଶୀ ଏବଂ ମହାନ ନେତୃତ୍ୱକୁ ଆମଠାରୁ ଛଡ଼ାଇନେଲେ। ଆପଣଙ୍କ ନିଷ୍ପତ୍ତିକୁ ନେଇ ଆମେ ଗଭୀର ପଶ୍ଚାତାପ କରୁଛୁ ବୋଲି କଙ୍ଗନା ନିଜ ଟ୍ୱିଟରେ ଲେଖିଛନ୍ତି।

କଙ୍ଗନା ଆହୁରି ମଧ୍ୟ କହିଛନ୍ତି, ସେ ଗାନ୍ଧୀଙ୍କୁ ଖୁସି କରିବାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଯୋଗ୍ୟ ଏବଂ ନିର୍ବାଚିତ ପଦକୁ ବଳିଦାନ ଦେଇଥିଲେ। ଏହାର କାରଣ ଗାନ୍ଧୀଙ୍କୁ ଲାଗୁଥିଲା ନେହେରୁ ଭଲ ଇଂରାଜୀ କହୁଥିଲେ। ଏହା ଦ୍ୱାରା ସର୍ଦ୍ଦାର ପଟେଲଙ୍କୁ ନୁହେଁ, ବରଂ ସମଗ୍ର ଦେଶକୁ ଦଶନ୍ଧି ଦଶନ୍ଧି ଧରି କ୍ଷତି ସହିବାକୁ ପଡ଼ିଲା। ଯାହା ଉପରେ ଆମର ଅଧିକାର ରହିଛି, ତା’କୁ ନିର୍ଲଜ ଭଳି ଆମେ ଛଡ଼ାଇ ନେବା ଉଚିତ୍।

କଙ୍ଗନା ପୁଣି ଲେଖିଛନ୍ତି, ସେ ପ୍ରକୃତରେ ଭାରତର ଲୌହମାନବ ଥିଲେ। ମୋର ବିଶ୍ୱାସ ଯେ, ଗାନ୍ଧିଜୀ ନେହେରୁଙ୍କ ଭଳି ଜଣେ ଦୁର୍ବଳମନା ବ୍ୟକ୍ତି ଚାହୁଁଥିଲେ, ଯାହଙ୍କୁ ସାମ୍ନାରେ ରଖି, ପରିଚାଳିତ କରି ସେ ଦେଶକୁ ଚଳାଇପାରିବେ। ସେଇଟା ପ୍ରକୃତରେ ଏକ ଭଲ ଯୋଜନା ଥିଲା। କିନ୍ତୁ ଗାନ୍ଧୀଙ୍କ ହତ୍ୟା ପରେ ଯାହା ହୋଇଥିଲା, ତାହା ପ୍ରକୃତରେ ଏକ ବିପର୍ଯ୍ୟୟ ବୋଲି କଙ୍ଗନା ଟ୍ୱିଟ୍ କରି କହିଛନ୍ତି।

ସୂଚନାଯୋଗ୍ୟ, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି 145ତମ ଜୟନ୍ତି। ଆଜିର ଦିନକୁ ସାରା ଦେଶ ରାଷ୍ଚ୍ରୀୟ ଏକତା ଦିବସ ଭାବେ ପାଳନ କରିଥାଏ।

The post ଲୌହମାନବଙ୍କ ସ୍ମୃତିରେ ବାପୁଜୀ, ଚାଚାଜୀଙ୍କୁ ନେଇ ଏଭଳି ଟିପ୍ପଣୀ କଲେ କଙ୍ଗନା appeared first on Odisha Reporter.



from Odisha Reporter https://ift.tt/3kJONSz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages