ଭିଡିଓ ଶୁଟିଂ ପାଇଁ ଯାଉଥିଲେ, ହଠାତ୍ ମାଡ଼ି ଆସିଲେ ମହୁମାଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ଭିଡିଓ ଶୁଟିଂ ପାଇଁ ଯାଉଥିଲେ, ହଠାତ୍ ମାଡ଼ି ଆସିଲେ ମହୁମାଛି

ବାରିପଦା(ମାନିକ ଲାଲ୍ ପାଣି): ଆଜିକାଲି YouTube ପାଇଁ ଭିଡିଓ ଶୁଟିଂ କରିବା ସାଧାରଣ କଥା ହେଲାଣି। କିନ୍ତୁ ବେଳେ ବେଳେ ଭିଡିଓ ଶୁଟିଂ କରିବା ମହଙ୍ଗା ମଧ୍ୟ ପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ। ଘାଟିରେ ଭିଡିଓ ଶୁଟିଂ କରୁଥିବା ବେଳେ କିଛି ଛାତ୍ର ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ମହୁମାଛି ଆକ୍ରମଣରେ ୬ଜଣ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଗୁରୁତର ଛନ୍ତି।

ଶୁକ୍ରବାର ସକାଳେ କିଛି ଛାତ୍ର ଏକଜୁଟ୍ ହେଇ ବାଙ୍ଗିରିପୋଷି ଘାଟିକୁ ବୁଲି ବାକୁ ଯାଇଥିଲେ। ସେଠାରେ ଥିବା ଗୁମ୍ଫା ଭିତରକୁ ପିଲାମାନେ ବୁଲିବାକୁ ଯାଇଥିଲେ। କିଛି ପିଲା ସେଲ୍‌ଫି ନେଉଥିବା ବେଳେ କିଛି ଭିଡିଓ ଶୁଟିଂ କରୁଥିଲେ।

ଏହି ସମୟରେ ମହୁମାଛି ପଲ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ। ତେବେ କିଛି ଛାତ୍ର ସେଠାରୁ ଖସି ପଳାଇ ଆସିଥିବା ବେଳେ ଜଣେ ଛାତ୍ର ଫସି ଯାଇଥିଲେ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ଛାତ୍ରଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

 

The post ଭିଡିଓ ଶୁଟିଂ ପାଇଁ ଯାଉଥିଲେ, ହଠାତ୍ ମାଡ଼ି ଆସିଲେ ମହୁମାଛି appeared first on Odisha Reporter.



from Odisha Reporter https://ift.tt/3e8WGOM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages