ବିସର୍ଜନ ନିୟମ ଉଲ୍ଲଙ୍ଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ-ବିଏମ୍‌ସି କମିଶନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ବିସର୍ଜନ ନିୟମ ଉଲ୍ଲଙ୍ଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ-ବିଏମ୍‌ସି କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଗାଇଡଲାଇନ୍‌ ପାଳନ ସହ ବିନା ଭକ୍ତରେ ଦୁର୍ଗା ପୂଜା ପାଳିତ ହେଉଥିବା ବେଳେ  ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ  ମଧ୍ୟ କଡ଼ା କଟକଣା ଲାଗୁ କରିଛି ବିଏମ୍‌ସି।  ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡର ଗାଇଡ୍ ଲାଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା  କହିଛନ୍ତି ବିଏମ୍‌ସି କମିଶନର ।

ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ବିଏମ୍‌ସି  ଅଧିକାରୀମାନେ ଲଗାତାର ଭାବେ ପୋଖରୀର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥିସହ ମୂର୍ତ୍ତିରେ କେଉଁ ଧରଣର ରଙ୍ଗ ବ୍ୟବହାର ହୋଇଛି ତାହା ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯାଇଛି ।

ଏହି କମିଟି ସଦସ୍ୟ ବିଭିନ୍ନ ପୂଜା ମଣ୍ଡପ ବୁଲି ମୂର୍ତ୍ତିରେ ବ୍ୟବହାର ହୋଇଥିବା ରଙ୍ଗର ଅନୁଧ୍ୟାନ କରିବେ । ଯଦି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ନିୟମ ଉଲ୍ଲଙ୍ଘନ ହୁଏ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି କହିଛନ୍ତି ବିଏମ୍‌ସି କମିଶନର ।

The post ବିସର୍ଜନ ନିୟମ ଉଲ୍ଲଙ୍ଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ-ବିଏମ୍‌ସି କମିଶନର appeared first on Odisha Reporter.



from Odisha Reporter https://ift.tt/34mpdwZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages