ବିନା ଭକ୍ତରେ ହେଲା ଛତର ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ବିନା ଭକ୍ତରେ ହେଲା ଛତର ଯାତ୍ରା

କଳାହାଣ୍ଡି(ରାଜକୁମାର ସିଂଦେଓ):  କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର୍ ଯାତ୍ରା ସମ୍ପନ୍ନ ହୋଇଛି। କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ପାଳିତ ହୋଇଛି ଏହି ଯାତ୍ରା ।

ଭୋର ୪ଟା ୪୫ରୁ ରୀତିନୀତି ପରେ ଭବାନୀପାଟଣା ଉପକଣ୍ଠ ଜେନାଖାଲଠାରୁ ରାଜନଅରରେ ଥିବା ମାଣିକେଶ୍ୱରୀଙ୍କ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲା । ପାରଂପରିକ ବାଦ୍ୟ, ଘୁମୁରା ଓ ଢୋଲ୍ ନିଶାନ୍ ତାଳେ ତାଳେ ମା’ଙ୍କ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲା ।

ତେବେ କରୋନା କଟକଣା ଯୋଗୁଁ ଛତର ଯାତ୍ରାରେ ଭକ୍ତଙ୍କ ସମାଗମ ଉପରେ ରୋକ୍ ଲଗାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ମାଣିକେଶ୍ୱରୀଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି।  ଛତର ପ୍ରତ୍ୟାବର୍ତ୍ତନ ସମୟରେ ଭକ୍ତମାନେ ପାରା ଉଡ଼ାଇବା ସହ ମା’ଙ୍କ ଦର୍ଶନ କରିଥାନ୍ତି  । ଏଥିସହ ବୋଦା, କୁକୁଡ଼ା ଓ ପୋଢ଼ ବଳି ଦେଇଥାନ୍ତି । ମାତ୍ର କରୋନା କଟକଣା ପାଇଁ ଚଳିତ ବର୍ଷ ଏସବୁକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।

The post ବିନା ଭକ୍ତରେ ହେଲା ଛତର ଯାତ୍ରା appeared first on Odisha Reporter.



from Odisha Reporter https://ift.tt/31ABdsW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages