ବିହାର ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ବିହାର ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇଲେ ମୋଦି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଜୋରଶୋର୍ ପ୍ରଚାର ଚାଲିଛି। ଆଜି ନିର୍ବାଚନ ପ୍ରଚାର ମଇଦାନକୁ ଏଣ୍ଟ୍ରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସାସାରାମରେ ନିର୍ବାଚନୀ ରାଲିରେ ଯୋଗଦେଇ ଭୋଜପୁରୀରେ ମୋଦି ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି।

ସମ୍ବୋଧନ କରିବା ପୂର୍ବରୁ ମୋଦି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାମବିଳାସ ପାସଓ୍ୱାନ ଏବଂ ରଘୁବଂଶ ପ୍ରସାଦ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନିର୍ବାଚନୀ ଭାଷଣ ଦେବା ସମୟରେ ବିହାରର ଲୋକଙ୍କୁ ସ୍ୱାଭିମାନୀ ଏବଂ ପରିଶ୍ରମୀ ବୋଲି ସେ କହିବା ସହ ସଠିକ୍ କୋଭିଡ୍ ପରିଚାଳନା ଲାଗି ନୀତିଶ କୁମାର ସରକାରଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।

ସେହିପରି କୋଭିଡ୍ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରିଥିବାରୁ ବିହାରବାସୀଙ୍କୁ ମଧ୍ୟ ମୋଦି ଅଭିନନ୍ଦନ ଜଣାଇଛନ୍ତି। କରୋନା ସଙ୍କଟ ମୁକାବିଲା ପାଇଁ ଆବଶ୍ୟକ ଜରୁରୀ ପଦକ୍ଷେପ ନୀତିଶ ସରକାର ନେଇଥିଲେ, ନୀତିଶଙ୍କ ଲୋକମାନେ, ଏନଡିଏ ସରକାର ଯେତିକି ପରିଶ୍ରମ କରିଛନ୍ତି ତାହାର ଫଳାଫଳ ଆଜି ଦେଖିବାକୁ ମିଳୁଛି। ଯଦି ବିହାରରେ ତୁରନ୍ତ ପଦକ୍ଷେପ ନିଆ ନ ଯାଇଥିଲେ, କୋଭିଡ୍ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାନ୍ତା, ଯାହାର କଳ୍ପନା ମଧ୍ୟ କରାଯାଇ ନ ପାରେ।

ନିର୍ବାଚନ ଫଳାଫଳକୁ ନେଇ ମୋଦି କହିଛନ୍ତି, ଏହି ନିର୍ବାଚନଗୁଡ଼ିକୁ ବିହାର ସ୍ପଷ୍ଟ ବାର୍ତ୍ତା ଦେଇଛି। ବିହାରବାସୀଙ୍କ ସବୁଠାରୁ ଭଲ କଥା ହେଲା ସେମାନେ ସ୍ପଷ୍ଟ। ସେମାନେ କେବେବି ଭ୍ରମରେ ରୁହନ୍ତି ନାହିଁ। ନିର୍ବାଚନ ପୂର୍ବରୁ ହିଁ ସେମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ଯେତିକି ସର୍ଭେ ଏବଂ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ଏନଡିଏ ସରକାର ଗଠନ କରିବ ବୋଲି ଜଣାପଡ଼ିଛି।

ମୋଦି ପୁଣି କହିଛନ୍ତି, ନିର୍ବାଚନ ପାଖେଇ ଆସିଲେ ଗୋଟିଏ-ଦୁଇଟି ଚେହେରାକୁ ବଡ଼ ଆକାରରେ ପ୍ରଦର୍ଶନ କରାଯାଇଥାଏ। ହେଲେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବିହାରର ଜନତା ନିଜେ ଏଭଳି ପ୍ରୟାସକୁ ଭୁଲ ପ୍ରମାଣିତ କରୁଛନ୍ତି। ଯେଉଁମାନେ ଅତୀତରେ ବିହାରକୁ ରୋଗଗ୍ରସ୍ତ କରିଛନ୍ତି, ସେମାନଙ୍କୁ ଆଖପାଖରେ ପଶିବାକୁ ଦେବେ ନାହିଁ ବୋଲି ବିହାରବାସୀ ନିଷ୍ପତ୍ତି ନେଇସାରିଛନ୍ତି।

ମୋଦି କହିଛନ୍ତି, ଜମ୍ମୁ-କାଶ୍ମୀରରେ ଆର୍ଟିକଲ୍-୩୭୦ହଟାଇବା ପାଇଁ ବର୍ଷ ବର୍ଷ ଧରି ଦେଶ ଅପେକ୍ଷା କରିଥିଲା। ଏହି ନିଷ୍ପତ୍ତି ଏନବିଏ ସରକାର ନେଲା। କିନ୍ତୁ ଆଜି ଏମାନେ ନିଷ୍ପତ୍ତି ବଦଳାଇବାକୁ କହୁଛନ୍ତି। ଏମାନେ କହୁଛନ୍ତି, ଯଦି ନିର୍ବାଚନ ଜିତି ସରକାର ଗଢ଼ିବେ, ତେବେ ପୁଣି ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଲାଗୁ କରିଦେବେ। ଏମାନଙ୍କ ପାଇଁ ଜନତାଙ୍କ ଚିନ୍ତା ନାହିଁ, ଏମାନେ କେବଳ ନିଜ ସ୍ୱାର୍ଥ ଦେଖନ୍ତି। ଏହି କାରଣରୁ ଭୋଜପୁର ସମେତ ସାରା ବିହାର ରାଜ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍, ରାସ୍ତା, ପାଣି ଭଳି ମୌଳିକ ସୁବିଧାର ମଧ୍ୟ ମିଳିପାରୁ ନ ଥିଲା।

ମୋଦି ଆହୁରି କହିଛନ୍ତି, ଯେତେବେଳେ ଦେଶ ସଙ୍କଟର ସମାଧାନ କରି କରି ଆଗକୁ ବଢ଼ୁଛି, ଏମାନେ ଦେଶର ପ୍ରତ୍ୟେକ ସଙ୍କଳ୍ପ ସାମ୍ନାରେ ବାଧା ହୋଇ ଛିଡ଼ା ହେଉଛନ୍ତି। କୃଷକମାନଙ୍କୁ ମଧ୍ୟସ୍ଥି ଏବଂ ଦଲାଲମାନଙ୍କ କବଳରୁ ମୁକ୍ତି ଦେବାକୁ ଦେଶ ନିଷ୍ପତ୍ତି ନେଇଛି। ହେଲେ ଏମାନେ ଦଲାଲ ଏବଂ ମଧ୍ୟସ୍ଥିମାନଙ୍କ ସପକ୍ଷରେ ଖୋଲାଖୋଲି ଭାବେ ମଇଦାନରେ ଲଢ଼େଇ କରୁଛନ୍ତି ବୋଲି କହି ମୋଦି ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

The post ବିହାର ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇଲେ ମୋଦି appeared first on Odisha Reporter.



from Odisha Reporter https://ift.tt/2FRsKde

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages