ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ସୁସ୍ୱାଦୁ ଓ ସୁଗନ୍ଧ ଯୁକ୍ତ କରିବା ପାଇଁ ଅନେକେ ହେଙ୍ଗୁ ବ୍ୟବହାର କରନ୍ତି। ହେଲେ ଆପଣ ଜାଣିଛନ୍ତି କି, ହେଙ୍ଗୁରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଚିମୁଟାଏ ହେଙ୍ଗୁରେ ପାଣି ମିଶାଇ ପିଇଲେ ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ହେଙ୍ଗୁ ପାଣି ପିଇଲେ କ’ଣସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।
୧. ହେଙ୍ଗୁ ଖାଇଲେ ପାଚନ କ୍ରିୟା ଠିକ୍ ରଖିଥାଏ ଏବଂ ପେଟର ପିଏଚ୍ ସ୍ତର ନିୟନ୍ତ୍ରିତ ରହିଥାଏ। ଏପରିକି ଶରୀରରେ ଥିବା ହାନିକାରକ ଟକ୍ସିନକୁ ହେଙ୍ଗୁ ଶରୀରରୁ ବାହାର କରିଥାଏ।
୨. ହେଙ୍ଗୁ ପାଣି ମେଟାବୋଲିଜିମ୍କୁ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ। ଶରୀରରେ ମେଟାବୋଲିଜିମ୍ର ସ୍ତର ବୃଦ୍ଧି ହେଲେ ଓଜନ ହ୍ରାସ ହୋଇଥାଏ।
୩. କେବଳ ଏତିକି ନୁହେଁ, ହେଙ୍ଗୁ ପାଣି ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲକୁ କମ୍ କରିଥାଏ, ଯେଉଁଥିପାଇଁ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ।
୪. ହେଙ୍ଗୁରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହାକୁ ନିୟମିତ ସେବନ କଲେ ଆପଣଙ୍କ ଶରୀରର କୋଷରେ ଫ୍ରୀ ରାଡିକାଲସ୍ ହୋଇନଥାଏ। ତେଣୁ କ୍ୟାନସର ପରି ମାରାତ୍ମକ ରୋଗରୁ ଆପଣ ରକ୍ଷା ପାଇପାରିବେ।
୫. ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ପାଇଁ ହେଙ୍ଗୁ ପାଣି ପିଅନ୍ତୁ। ଦେଖିବେ ମୁଣ୍ଡ ବିନ୍ଧା ଶୀଘ୍ର ଭଲ ହୋଇଯିବ।
୬. ହେଙ୍ଗୁ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ।
୭. ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଭାଇରାଲ୍ ଗୁଣ ଦେହରେ ହେଉଥିବା ଜଳାପୋଡ଼ାକୁ କମ୍ କରିଥାଏ।
ହେଙ୍ଗୁ ପାଣି କିପରି ପ୍ରସ୍ତୁତ କରିବେ ?
ଗୋଟିଏ ଗ୍ଲାସ୍ ଗରମ ପାଣିରେ ଅଧା ଚାମଚ ହେଙ୍ଗୁ ପାଉଡର ମିଶାନ୍ତୁ। ଏହି ମିଶ୍ରଣ ପାଣିକୁ ସକାଳେ ଖାଲି ପେଟରେ ପିଇଲେ ସୁଫଳ ମିଳିଥାଏ।
The post ଓଜନ କମ୍ କରେ ହେଙ୍ଗୁ ପାଣି appeared first on Odisha Reporter.
from Odisha Reporter https://ift.tt/37CvwP1
No comments:
Post a Comment