ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଥାନା ହସିଣା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିରୁ ଗୋଟିଏ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ୮୪ ବର୍ଷୀୟ ସ୍ୱାମୀ କାଳନ୍ଦୀ ମହାନ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଶ୍ୱେତ ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ରବିବାର ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାକୁ ନେଇ ଦୁହେଁ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଦୁହିଁଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ଓ ପରେ ଜଗତସିଂହପୁର ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ କାଳନ୍ଦୀଙ୍କର ମୃତ୍ୟୁ ହୋଇଛି। ଶ୍ୱେତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।
The post ଘରୋଇ କଳିରୁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Odisha Reporter.
from Odisha Reporter https://ift.tt/3dJ0qGz
No comments:
Post a Comment