ପାଣାଜି: ହ୍ୱାଟସଆପରେ ଅଜଣା ବ୍ୟକ୍ତି ପଠାଉଛନ୍ତି ଅଶ୍ଳୀଳ ଭିଡିଓ। ଆଉ ଏହି ଭିଡିଓ ଆସୁଛି ଖୋଦ୍ ଗୋଆର ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଓ୍ୱଲେକରଙ୍କ ପାଖକୁ। ଏ ନେଇ ଉପମୁଖ୍ୟମନ୍ତ୍ରୀ ଗୋଆ ସାଇବର ସେଲର ଦ୍ୱାରସ୍ଥ ହୋଇଛନ୍ତି।
ସୋମବାର ଗୋଆ ସାଇବର ସେଲରେ ସେ ଅଭିଯୋଗ କରିଛନ୍ତି ଯେ କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ହ୍ୱାଟସଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଉଛନ୍ତି। ଯେଉଁ ଗ୍ରୁପରେ ସେ ନିଜେ ମଧ୍ୟ ରହିଛନ୍ତି। ସାଇବର ସେଲକୁ ଦେଇଥିବା ଅଭିଯୋଗରେ କଭଲେକର କହିଛନ୍ତି ଯେ ଗ୍ରୁପର ନାମ ‘ଭିଲେଜ୍ ଟୁ ଗୋଆ’ ରହିଛି। ସେ କହିଛନ୍ତି ଯେ ସେ ଶୋଇଥିବା ସମୟରେ ଭିଡିଓଟି ରାତି ୧.୨୦ ରେ ଆସିଥିଲା। ଅଜଣା ବ୍ୟକ୍ତି ଜଣଙ୍କ ଗ୍ରୁପରେ ଭିଡିଓଟି ପଠାଇବା ବେଳେ ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଭିଡ଼ିଓଟି ପଠାଇଥିଲା ବୋଲି ଏଫଆଇଆରରେ ଉଲ୍ଲେଖ ରହିଛି।
ଅସମ୍ମାନ କରିବା ପାଇଁ ପୂର୍ବରୁ ଉଦ୍ୟମ କରାଯାଉଛି ବୋଲି କଭଲେକର କହିଛନ୍ତି। ଏଭଳି କାମ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
The post ଉପମୁଖ୍ୟମନ୍ତ୍ରୀଙ୍କ ହ୍ୱାଟସଆପକୁ ଆସୁଛି ଅଶ୍ଳୀଳ ଭିଡିଓ appeared first on Odisha Reporter.
from Odisha Reporter https://ift.tt/349U0x0
No comments:
Post a Comment