ସୋର (ଶଶୀକାନ୍ତ ବେହେରା): ମଦ ନିଶାରେ ୪ ମଦୁଆ ରାସ୍ତାରେ ଯାଉଥିବା ୨ ଜଣ ଚାଷୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଆହତ ଦୁଇ ଚାଷୀଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିବା ବେଳେ ମଦୁଆଙ୍କୁ ଅଟକ ରଖିଛି।
ଜାମୁଝାଡ଼ି ଛକରେ ଏକ ମଦ କାଉଣ୍ଟରର ରହିଛି। ଏଠାରେ ମଦ ପିଇବା ବାରଣ ରହିଛି। ଏହା ସତ୍ତ୍ୱେ ବାଉରିପଦା ଅଞ୍ଚଳର ୪ ଜଣ ଯୁବକ ମଦ କିଣି ସେଠାରେ ପିଇଥିଲେ। ସେମାନଙ୍କ ଭିତରେ ଜଣେ ଏକ ବ୍ୟାଙ୍କର ମ୍ୟାନେଜର ଅଛନ୍ତି। ମଦ ପିଇବା ପରେ ନିଶାସକ୍ତ ଅବସ୍ଥାରେ ୪ ଜଣ ଯୁବକ ରାସ୍ତାରେ ବୁଲିବା ସହିତ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି।
ଏପରିକି ସେହି ରାସ୍ତା ଦେଇ ଯାଉଥିବା ଜଣେ ଚାଷୀଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନିଶାସକ୍ତ ଯୁବକମାନେ ସମ୍ପୃକ୍ତ ଚାଷୀଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଆସି ଆଉ ଜଣେ ଚାଷୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଖବର ପାଇ ସିମୁଳିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣ କରିଥିବା ୪ ଯୁବକଙ୍କୁ ଅଟକ ରଖିଥିବା ବେଳେ ଗୁରୁତର ଚାଷୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଗୁରୁତର ଦୁଇ ଜଣ ହେଲେ ଗଜେନ୍ଦ୍ର ବେହେରା ଓ ପ୍ରହ୍ଲାଦ ପାତ୍ର।
The post ରାସ୍ତାରେ ଯାଉଥିବା ୨ ଚାଷୀଙ୍କୁ ପିଟିଲେ ୪ ମଦୁଆ! appeared first on Odisha Reporter.
from Odisha Reporter https://ift.tt/37Gl5tP
No comments:
Post a Comment