ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହକୁ ନେଇ ବର୍ଷିଲେ ନଡ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହକୁ ନେଇ ବର୍ଷିଲେ ନଡ୍ଡା

ନୂଆଦିଲ୍ଲୀ: ପବିତ୍ର ବିଜୟାଦଶମୀ ଅବସରରେ ଦେଶର ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି। ପଞ୍ଜାବରେ ଏଭଳି ଘଟଣା ଘଟିଥିବା ବେଳେ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଏନେଇ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ହାଇଭୋଲଟେଡ୍ ଡ୍ରାମା ପଛରେ ରାହୁଲ ମାଷ୍ଟରମାଇଣ୍ଡ ଥିବା କହି ନଡ୍ଡା କହିଛନ୍ତି ଯେ, ଏଭଳି ଘଟଣା ଘଟିବା ଲଜ୍ଜାଜନକ କିନ୍ତୁ ଅପ୍ରତ୍ୟାଶିତ ନୁହେଁ।

ଅନ୍ୟପଟେ ରାହୁଲ ଏହି ଘଟଣା ନେଇ କହିଛନ୍ତି ଯେ, ସାରା ପଞ୍ଜାବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଗଲା। ପ୍ରଧାନମନ୍ତ୍ରୀଙ୍କ ଉପରେ ପଞ୍ଜାବବାସୀଙ୍କ ଆକ୍ରୋଶ ଏହି ସ୍ତରରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ବିଷୟ। ପ୍ରଧାନମନ୍ତ୍ରୀ ପଞ୍ଜାବ ଜନତାଙ୍କ ସହ ଆଲୋଚନା କରିବା ଉଚିତ ବୋଲି ରାହୁଲ କହିଛନ୍ତି।

ସୂଚନାଯୋଗ୍ୟ, ନୂଆ କୃଷି ଆଇନ ବିରୁଦ୍ଧରେ କିଛି ଦିନ ହେଲା ପଞ୍ଜାବରେ ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଜାବରେ କେତେଜଣ ଲୋକ ରାବଣର କୁଶପୁତଳିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବି ଲଗାଇ ଦାହ କରିଥିଲେ। ଏନେଇ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି ଯେ, ପଞ୍ଜାବରେ ମୋଦିଙ୍କ କୁଶପୁତଳିକା ଜଳାଇବା ଲଜ୍ଜାଜନକ ଡ୍ରାମା, ଯାହା ରାହୁଲ ଗାନ୍ଧିଙ୍କ ଦ୍ୱାରା ନିର୍ଦ୍ଦେଶିତ। କିନ୍ତୁ ତାଙ୍କଠାରୁ ଏଭଳି ହିଁ ଆଶା ଥିଲା। ନେହେରୁ-ଗାନ୍ଧି ପରିବାର କେବେ ବି ପ୍ରଧାନମନ୍ତ୍ରୀ ପଦର ସମ୍ମାନ କରିନାହାନ୍ତି। 2004-2014 ଭିତରେ ଯେତେବେଳେ ୟୁପିଏ ଶାସନକାଳରେ ପ୍ରଧାନମନ୍ତ୍ରୀ ପଦକୁ ଆନୁଷ୍ଠାନିକ ଭାବେ ଦୁର୍ବଳ କରାଯାଇଥିଲା, ସେତେବେଳେ ବି ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ନଡ୍ଡା ପୁଣି କହିଛନ୍ତି, ଗୋଟିଏ ପରିବାର ଜଣେ ଏଭଳି ବ୍ୟକ୍ତିଙ୍କୁ ଘୃଣା କରୁଛି, ଯିଏ ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟିତ୍ୱ ନେଇ ଇତିହାସ ରଚିଛନ୍ତି। ଆଉ ସେହି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦେଶବାସୀଙ୍କ ଭଲପାଇବା ମଧ୍ୟ ସେତିକି ଐତିହାସିକ। ଯେତିକି କଂଗ୍ରେସ ମିଛ କହିବ, ଯେତିକି ସେମାନଙ୍କ ଘୃଣା ବଢ଼ିବ, ସେତିକି ଭଲପାଇବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଦେଶ ଅଜାଡ଼ିଦେବ ବୋଲି ସେ କହିଛନ୍ତି।

The post ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହକୁ ନେଇ ବର୍ଷିଲେ ନଡ୍ଡା appeared first on Odisha Reporter.



from Odisha Reporter https://ift.tt/2G50q7u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages