ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେ ସାଧାରଣତଃ ଲେମ୍ବୁ ଓ କମଳା ଖାଇବା ବେଳେ ଏହାର ମଞ୍ଜିକୁ ବାହାର କରି ଫିଙ୍ଗି ଦେଇଥାଉ। ହେଲେ ଆପଣ ଜାଣିଛନ୍ତି କି ଲେମ୍ୱୁ ଓ କମଳା ମଞ୍ଜିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହି ମଞ୍ଜିକୁ ଖାଇଲେ ଆପଣ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ। ତା’ ହେଲେ ଆସନ୍ତୁ ଜାଣିବା ଲେମ୍ୱୁ ମଞ୍ଜିରେ କ’ଣ ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।
୧. ଅଧିକାଂଶ ସମୟରେ ଆପଣ ମୁଣ୍ଡ ବିନ୍ଧାକୁ ଶୀଘ୍ର ଠିକ୍ କରିବା ପାଇଁ ଏସ୍ପିରିନ୍ ଖାଇଥା’ନ୍ତି। ଲେମ୍ୱୁ ମଞ୍ଜିରେ ପ୍ରଚୁର ମାତ୍ରାରେ ସେଲିସିଲିକ ଏସିଡ୍ ରହିଛି, ଯାହା ଏସ୍ପିରିନର ଏକ ଅଂଶ। ତେଣୁ ମୁଣ୍ଡ ବିନ୍ଧା ସମୟରେ ଲେମ୍ୱୁ ମଞ୍ଜି ଖାଇଲେ ଉପଶମ ମିଳିଥାଏ।
୨. ଲେମ୍ୱୁ ମଞ୍ଜିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଆପଣଙ୍କ ମୁହଁରେ ହେଉଥିବା ବ୍ରଣକୁ ଭଲ କରିବା ପାଇଁ ସାହାଯ୍ୟ କରିଥାଏ। ତେଣୁ ବ୍ରଣ ଭଲ କରିବା ପାଇଁ ଲେମ୍ୱୁ ମଞ୍ଜିର ତେଲକୁ ବ୍ୟବହାର କରନ୍ତୁ। ଯଦି ନିୟମିତ ଭାବରେ ଲେମ୍ୱୁ ମଞ୍ଜିକୁ ମୁହଁରେ ବ୍ୟବହାର କରିବେ, ତେବେ କିଛିଦିନ ମଧ୍ୟରେ ଆପଣଙ୍କ ବ୍ରଣ ଓ ଦାଗ ଭଲ ହୋଇଯିବ।
୩. ଆହୁରି ମଧ୍ୟ ଲେମ୍ୱୁ ମଞ୍ଜିରେ ଭିଟାମିନ୍ ସି ରହିଛି, ଯାହା ତ୍ୱଚାକୁ ସୁସ୍ଥ ରଖି ଉଜ୍ଜ୍ୱଳ କରିଥାଏ। ତ୍ୱଚାରେ ପ୍ରତିଦିନ ଲେମ୍ୱୁ ମଞ୍ଜି ବ୍ୟବହାର କଲେ, ଆପଣଙ୍କ ତ୍ୱଚା ମଶ୍ଚୋରାଇଜ୍ ରହିଥାଏ।
୪. ସାଧାରଣତଃ ହାତ ଓ ପାଦ ଆଙ୍ଗୁଳିରେ ଫଙ୍ଗଲ୍ ଇନ୍ଫେକସନ୍ ଅଧିକ ହୋଇଥାଏ। ସେହି ସ୍ଥାନରେ ଲେମ୍ୱୁ ମଞ୍ଜିର ତେଲ ଲଗାଇଲେ, ଇନ୍ଫେକ୍ସନ୍ ଭଲ ହୋଇଥାଏ। ଏହା ସହିତ ତ୍ୱଚାରେ ହେଉଥିବା ଆଲର୍ଜି ମଧ୍ୟ ଦୂର ହୋଇଥାଏ। ତେଣୁ ଫଙ୍ଗଲ୍ ଇନଫେକସନ୍ରୁ ରକ୍ଷା ପାଇବା ପାଇଁ ଆପଣ ଲେମ୍ୱୁ ମଞ୍ଜିକୁ ବ୍ୟବହାର କରିପାରିବେ।
The post ଫଙ୍ଗଲ୍ ଇନ୍ଫେକ୍ସନ୍ ପାଇଁ ଭଲ ଲେମ୍ୱୁ ମଞ୍ଜି appeared first on Odisha Reporter.
from Odisha Reporter https://ift.tt/3klBI1v
No comments:
Post a Comment