ବିପଦ ଆଣିଛି ମେସିନ୍, ପାଞ୍ଚ ବର୍ଷରେ ଯିବ ୮.୫ କୋଟି ଚାକିରି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ବିପଦ ଆଣିଛି ମେସିନ୍, ପାଞ୍ଚ ବର୍ଷରେ ଯିବ ୮.୫ କୋଟି ଚାକିରି!

ଜେନେଭା: ଦେଶ ହେଉ ଅବା ବିଦେଶ ବିକାଶ ପାଇଁ ମାନବ ସମ୍ୱଳ ସହିତ ଟେକ୍ନୋଲଜିର ଏକ ବଡ଼ ଅବଦାନ ରହିଛି। ହେଲେ ମାତ୍ରାଧିକ ବ୍ୟବହାର ଆଗାମୀ ଦିନରେ ବିଶ୍ୱ ପାଇଁ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ। ୨୦୨୫ ସୁଦ୍ଧା ବିଶ୍ୱରେ ୮.୫ କୋଟି ଚାକିରି ବିପଦରେ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ସ୍ଥିତି ଉପୁଜିବା ପାଇଁ ବିଳମ୍ୱ ହୋଇଥାନ୍ତା। ହେଲେ କରୋନା ପାଇଁ ଏବେ ସମସ୍ତେ ମେସିନ ଉପରେ ନିର୍ଭରଶୀଳ ହୋଇ ପଡ଼ିଛନ୍ତି।

ସଂକ୍ରମଣର ଆଶଙ୍କାକୁ ନଜରରେ ରଖି ବିଭିନ୍ନ ଜାଗାରେ ମଣିଷ ବଦଳରେ ମେସିନ ବା ଯନ୍ତ୍ରପାତି ବ୍ୟବହାର କରାଯାଉଛି। ଯେଉଁଥିପାଇଁ ଅନେକ ଲୋକ ଚାକିରି ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଓ୍ୱାର୍ଲଡ ଇକୋନମିକ ଫୋରମ ଏହାରି ଭିତରେ ଏକ ଭଲ ସଙ୍କେତ ଦେଇଛି। ଅଟୋମେସନ ବା ମେସିନ ଉପରେ ନିର୍ଭର ହେବା ଦ୍ୱାରା କେବଳ ୮.୫ କୋଟି ଚାକିରି ଛଟେଇ ହେବନି ବରଂ ନିଯୁକ୍ତ ମଧ୍ୟ ସେହି ତୁଳନାରେ ବଢ଼ିବ ବୋଲି କହିଛି।

ପାଖାପାଖି ୯.୫ କୋଟି ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରିଛି ଏହି ଫୋରମ। ଏହି ନିଯୁକ୍ତି ସୃଷ୍ଟି କରିବା ପାଇଁ ସ୍ୱତନ୍ତ୍ର ଭାବରେ ବୈଷୟିକ ଜ୍ଞାନକୁ ବ୍ୟବହାର କରିବାକୁ ହେବ ବୋଲି କୁହାଯାଇଛି। ନୂଆ ନିଯୁକ୍ତି ମୁଖ୍ୟତଃ ଅର୍ଥନୀତି, ଟେକ୍ନୋଲଜିରେ ହେବାକୁ ଥିବା କ୍ରମାଗତ ଉନ୍ନତୀ ଯେମିତି କି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଦି ରହିଛି।

ତେବେ ୨୦୨୫ ସୁଦ୍ଧା, ମଣିଷ ଏବଂ ମେସିନ୍ ମଧ୍ୟରେ ସମାନ କାମ ଭାଗବଣ୍ଟା ହୋଇଯାଇଥିବ ବୋଲି ଆକଳନ କରାଯାଉଛି। ମେସିନ ମୁଖ୍ୟତ ସୂଚନା ଏବଂ ତଥ୍ୟ ଆଦାନ ପ୍ରଦାନ, ପ୍ରଶାସନିକ କାର୍ଯ୍ୟ ପାଇଁ ବ୍ୟବହୃତ ହେବ ବୋଲି ଜଣାପଡ଼ିଛି।

ସେହିପରି ମଣିଷ ପରିଚାଳନା, ପରାମର୍ଶ, ନିଷ୍ପତ୍ତି ନେବା, ଆଲୋଚନା, ସମ୍ପର୍କ ରଖିବା କାର୍ଯ୍ୟରେ ସହାୟକ ହେବ ବୋଲି ଜଣାପଡ଼ିଛି। ଶ୍ରମିକମାନଙ୍କ କ୍ଷେତ୍ରରେ ମଧ୍ୟ ଆଗକୁ ଚାହିଦା ବଢ଼ିବ ବୋଲି ଓ୍ୱାର୍ଲଡ ଇକୋନମିକ ଫୋରମ୍ କହିଛି।

The post ବିପଦ ଆଣିଛି ମେସିନ୍, ପାଞ୍ଚ ବର୍ଷରେ ଯିବ ୮.୫ କୋଟି ଚାକିରି! appeared first on Odisha Reporter.



from Odisha Reporter https://ift.tt/2HtkFf7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages