‘ମୁଁ ମରିଗଲେ ମହେଶ ଭଟ୍ଟ ଦାୟୀ ରହିବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

‘ମୁଁ ମରିଗଲେ ମହେଶ ଭଟ୍ଟ ଦାୟୀ ରହିବେ’

ମୁମ୍ୱାଇ: ବଲିଉଡ୍ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। କିଛି ମାସ ତଳେ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ତାଙ୍କୁ ଦାୟୀ କରାଯାଇଥିଲା। ଏବେ ଅଭିନେତ୍ରୀ ଲବିନା ଲୋଧି ଏକ ଭିଡିଓ ଜାରି କରି ମହେଶ ଭଟ୍ଟଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। କେବଳ ମହେଶ ନୁହଁନ୍ତି, ତାଙ୍କ ଭଣଜା ସୁମିତଙ୍କ ବିରୋଧରେ ମଧ୍ୟ ଲବିନା ଡ୍ରଗ୍ସ ଓ ଝିଅ ଚାଲାଣ କରୁଥିବା ଅଭିଯୋଗ ଲଗାଇଛନ୍ତି। ଲବିନାଙ୍କର ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ୟୁଜର ଏନେଇ ମହେଶ ଭଟ୍ଟଙ୍କୁ ଟ୍ରୋଲ କରୁଛନ୍ତି।

ଲବିନା ଭିଡିଓରେ କହିଛନ୍ତି, ନମସ୍କାର ମୋ ନାଁ ଲବିନା ଲୋଧି ଏବଂ ଏହି ଭିଡିଓଟି ମୁଁ ମୋ ପରିବାର ଓ ନିଜ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛି। ମୋ ବିବାହ ମହେଶ ଭଟ୍ଟଙ୍କ ଭଣଜା ସୁମିତ ସବ୍ରୱାଲଙ୍କ ସହିତ ହୋଇଥିଲା। ତାଙ୍କୁ ଛାଡ଼ପତ୍ର ଦେବା ପାଇଁ ମୁଁ କେସ୍ ଫାଇଲ୍ କରିଛି। କାରଣ ସେ ଆକ୍ଟରଙ୍କୁ ଡ୍ରଗ୍ସ ସପ୍ଲାଏ କରନ୍ତି ବୋଲି ମୁଁ ଜାଣିସାରିଛି। ତାଙ୍କ ଫୋନ୍‌ରେ ବହୁତ ଝିଅଙ୍କ ଫଟୋ ଅଛି, ଯାହାକୁ ସେ ନିର୍ଦ୍ଦେଶକଙ୍କୁ ଦେଖାନ୍ତି ଏବଂ ଝିଅ ଚାଲାଣ କରନ୍ତି। ବଡ଼ କଥା ହେଉଛି, ଏସବୁ କଥା ମହେଶ ଭଟ୍ଟ ଜାଣିଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀରେ ମହେଶ ଭଟ୍ଟ ସବୁଠାରୁ ବଡ଼ ଡନ୍। ପୂରା ସିଷ୍ଟମକୁ ସେ ହିଁ ଚଳାଉଛନ୍ତି। ଯିଏ ତାଙ୍କ ନିୟମ ଅନୁସାରେ ନଚାଲେ, ସେ ତାର ବଞ୍ଚିବା କଷ୍ଟକର କରିଦିଅନ୍ତି।

ଲବିନା ଆହୁରି କହିଛନ୍ତି, ମହେଶ ଭଟ୍ଟ ବହୁତ ଲୋକଙ୍କର ଜୀବନ ବରବାଦ୍ କରିଛନ୍ତି। ବହୁ ଅଭିନେତା, ନିର୍ଦ୍ଦେଶକ ଓ କମ୍ପୋଜରଙ୍କୁ ସେ କାମରୁ ବାହାର କରିଦେଇଛନ୍ତି। ସେ ଗୋଟିଏ ଫୋନ କଲେ ଲୋକଙ୍କର ଚାକିରି ଚାଲିଯାଏ। ହେଲେ ସେମାନେ ଜାଣିପାରନ୍ତି ନାହିଁ।
ଯେବେଠାରୁ ମୁଁ କେସ୍‌ ଫାଇଲ୍ କରିଛି, ସେ ମୋ ପଛରେ ପଡ଼ିଯାଇଛନ୍ତି। ବିଭିନ୍ନ ଉପାୟ କରି ସେ ମୋ ଘରେ ପଶିବା ପାଇଁ ଚେଷ୍ଟା କରୁଛନ୍ତି। ମୋତେ ଏଘରୁ ବାହାର କରିବା ପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

ଶେଷରେ ଲବିନା କହିଛନ୍ତି, ଯଦି କାଲି ମୋ ସହ କିମ୍ୱା ମୋ ପରିବାର ସହ କୌଣସି ଦୁର୍ଘଟଣା ଘଟିବ, ତା’ହେଲେ ଏଥିପାଇଁ ମହେଶ ଭଟ୍ଟ, ମୁକେଶ ଭଟ୍ଟ, ସୁମିତ ସବ୍ରୱାଲ, ସାହିଲ ସେଗଲ୍ ଓ କୁମକୁମ୍ ସେଗଲ୍ ଦାୟୀ ରହିବେ। ମହେଶ ଭଟ୍ଟ ବହୁତ ଶକ୍ତିଶାଳୀ ବ୍ୟକ୍ତି। ଏହି ବ୍ୟକ୍ତି କେତେ ଲୋକଙ୍କର ଜୀବନ ନଷ୍ଟ କରିଛନ୍ତି ଏବଂ କ’ଣ ସବୁ କରିପାରିବେ, ସେ ନେଇ ଲୋକ ଜାଣିବା ଉଚିତ।

ତେବେ ଲବିନାଙ୍କର ଏହି ଅଭିଯୋଗକୁ ମହେଶ ଭଟ୍ଟଙ୍କ ଓକିଲ ସମୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ଏହି ମିଛ ଭିଡିଓ ପାଇଁ ଲବିନାଙ୍କ ଉପରେ ଆଇନଗତ କାର୍ଯାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

The post ‘ମୁଁ ମରିଗଲେ ମହେଶ ଭଟ୍ଟ ଦାୟୀ ରହିବେ’ appeared first on Odisha Reporter.



from Odisha Reporter https://ift.tt/3mktcQN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages