ନଓ୍ୱାଜ ଶରୀଫଙ୍କ ଜ୍ୱାଇଁ ସଫଦରଙ୍କୁ ଗିରଫ କଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ନଓ୍ୱାଜ ଶରୀଫଙ୍କ ଜ୍ୱାଇଁ ସଫଦରଙ୍କୁ ଗିରଫ କଲା ପୁଲିସ

ଇସଲାମାବାଦ୍: ପାକିସ୍ତାନରେ ରାଜନୀତି ଜୋର୍ ଧରିଛି। ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରୀଫଙ୍କ ଜ୍ୱାଇଁ ସଫଦର ଏଓ୍ୱାନଙ୍କୁ ପୁଲିସ ଗିରଫ କରିଛି। ସଫଦର ନଓ୍ୱାଜ ଶରିଫଙ୍କ ଝିଅ ମରିୟମ ଶରିଫଙ୍କ ସ୍ୱାମୀ ତଥା ମୁସଲିମ୍ ଲିଗ୍ ନଓ୍ୱାଜ୍ (ପିଏମଏଲ୍-ଏନ୍)ର ନେତା। ପୁଲିସ ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ସଫଦରଙ୍କୁ ଗିରଫ କରିଥିବା ମରିୟମ୍ କହିଛନ୍ତି।

ସୂଚନାଯୋଗ୍ୟ, ମରିୟମ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିପକ୍ଷରେ କରାଚିରେ ଆୟୋଜିତ ଏକ ରାଲିରେ ଯୋଗଦେଇ ଫେରିବା ପରେ ପରେ ପୁଲିସ ସଫଦରଙ୍କୁ ଗିରଫ କରିଛି। ପାକ୍ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଏହି ରାଲିର ଆୟୋଜନ କରିଥିଲେ। ପିତା ନଓ୍ୱାଜଙ୍କୁ ପୁଣି କ୍ଷମତାକୁ ଫେରାଇ ଆଣିବାକୁ ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଜେଲ ପଠାଇବାକୁ ରାଲିରେ ମରିୟମ୍ ଶପଥ ନେଇଥିଲେ।

ରବିବାର ଆୟୋଜିତ ଏହି ରାଲିରେ ମରିୟମ୍ ପାକ୍ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି, ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି, ଫେଡେରାଲ ବୋର୍ଡ ଅଫ୍ ରେଭେନ୍ୟୁ, ସିକ୍ୟୁରିଟିସ୍ ଆଣ୍ଡ୍ ଏକ୍ସେଞ୍ଜ କମିଶନ ଅଫ୍ ପାକିସ୍ତାନକୁ ଇମ୍ରାନ୍ ଖାନ୍ ନିଜ ଅଧୀନରେ ରଖିଛନ୍ତି।

The post ନଓ୍ୱାଜ ଶରୀଫଙ୍କ ଜ୍ୱାଇଁ ସଫଦରଙ୍କୁ ଗିରଫ କଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/2T7rG8c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages