ଶ୍ରୀମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ଶ୍ରୀମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିଧାୟକ

ପୁରୀ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଯୋଗୁ ପ୍ରାୟ ୬ ମାସ ହେବ ଶ୍ରୀମନ୍ଦିର ସମେତ ରାଜ୍ୟର ସ଼ବୁ ମନ୍ଦିର ଖାଁ ଖାଁ ପଡ଼ି ରହିଛି। ଭକ୍ତକୁ ମନ୍ଦିର ଦୁଆର ମନା। ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଥିବା ବେଳେ କୋଭିଡ୍ ଗାଇଡଲାଇନ୍ ଭିତରେ ସାଧାରଣ ଭକ୍ତଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପୁରୀ ସଦର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ଗତକାଲି  ଟୁଇଟ ଯୋଗେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କରିଛନ୍ତି।

ଜୟନ୍ତ ଲେଖିଛନ୍ତି, କୋରନା କଟକଣା ମଧ୍ୟରେ ଦେଶର ଅନ୍ୟ ପ୍ରମୁଖ ଦେବାଳୟ ଖୋଲିଛି। ଶନିବାର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ଭାବେ ଆୟୋଜନ ହୋଇପାରିଲା, ସେଭଳି କଟକଣା ପାଳନ କରି ସାଧାରଣ ଭକ୍ତଙ୍କ ଦର୍ଶନାର୍ଥେ ଶ୍ରୀମନ୍ଦିର ଖୋଲାଯାଉ ବୋଲି ନିବେଦନ କରିଛନ୍ତି।

ଏହାଦ୍ୱାରା କରୋନା ଭୟରେ ଆତଙ୍କିତ ଭକ୍ତ ଆଧ୍ୟାତ୍ମିକ ଚେତନା ଲାଭ ସହ ଐଶ୍ୱରିକ ଆଶୀର୍ବାଦ ପାଇପାରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ ତାଙ୍କ ଟ୍ୱଇଟରେ ଉଲ୍ଲେଖ କରିଛନ୍ତି।

The post ଶ୍ରୀମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିଧାୟକ appeared first on Odisha Reporter.



from Odisha Reporter https://ift.tt/356FxkG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages