ନୂଆଦିଲ୍ଲୀ: କୋଲ୍ ସ୍କାମରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ମନ୍ତ୍ରୀ ଥିବା ଦିଲୀପ ରାୟଙ୍କୁ ଦିଲ୍ଲୀର ସ୍ପୋଶଲ୍ କୋର୍ଟ ଜଜ୍ ପରାଶର ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହୋଇଛି।
ଦିଲୀପଙ୍କ ଉପରେ ୧୯୯୯ରେ କୋଇଲା ବ୍ଲକ୍ ଆବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରିବେ କୋର୍ଟ। ସ୍ପେଶାଲ୍ ସିବିଆଇ କୋର୍ଟ ଏପ୍ରିଲ୍, ୨୦୧୭ରେ ଦିଲୀପଙ୍କ ବ୍ୟତୀତ କୋଇଲା ମନ୍ତ୍ରାଳୟରେ ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ସହ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡ ଏବଂ ତା’ର ଡାଇରେକ୍ଟର ମହେନ୍ଦ୍ର କୁମାର ଅଗ୍ରୱାଲଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ଅନ୍ୟାନ୍ୟ ଅଭିଯୋଗ ଧାର୍ଯ୍ୟ ହୋଇଥିଲା।
ସେତେବେଳେ କୋର୍ଟ କହିଥିଲେ, ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଅଛି। ଦିଲୀପ ରାୟ ବାଜପେୟୀଙ୍କ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି ପ୍ରଦୀପ କୁମାର ବାନାର୍ଜୀ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ଓ ପ୍ରକଳ୍ପ ପରାମର୍ଶଦାତା ଥିଲେ।
The post ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ କୋଲ୍ ସ୍କାମ୍ରେ ଦୋଷୀ appeared first on Odisha Reporter.
from Odisha Reporter https://ift.tt/2Sxtk2I
No comments:
Post a Comment