ବଦନାମ ହେବାର ୧୦ ମାସ ପରେ ଚୀନ୍ କହିଲା କରୋନା ଅନ୍ୟ ଦେଶରୁ ବ୍ୟାପିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 9, 2020

ବଦନାମ ହେବାର ୧୦ ମାସ ପରେ ଚୀନ୍ କହିଲା କରୋନା ଅନ୍ୟ ଦେଶରୁ ବ୍ୟାପିଛି

ବେଜିଂ: କରୋନା ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ୱର ମାସରୁ ବ୍ୟାପିଛି। ହେଲେ ଏହି ଭାଇରସ ଡିସେମ୍ୱରରେ ଉହାନରେ ଚିହ୍ନଟ ହେବା ପୂର୍ବରୁ ଅନ୍ୟ ଦେଶରୁ ବ୍ୟାପିଛି। ଚାଇନାକୁ ଟାଣି ଓଟାରି ବଦନାମ କରାଯାଉଛି। ହେଲେ ଚାଇନା ହେଉଛି ଏକମାତ୍ର ଦେଶ ଯିଏକି ପ୍ରଥମେ ଏହି ଭାଇରସକୁ ଚିହ୍ନଟ କରିଛି। ଶୁକ୍ରବାର ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନ୍ୟାଙ୍ଗ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ଦେଶ ଉପରେ ଆସିଥିବା ଅଭିଯୋଗର ଜବାବ ଏଭଳି ଦେଇଛନ୍ତି।

ଆମେରିକାର ବୈଦେଶିକ ସଚିବ ବା ମନ୍ତ୍ରୀ ମାଇକ ପୋମ୍ପିଓ ଚାଇନାକୁ କରୋନା ପାଇଁ ଦାୟୀ କରିଥିଲେ। ସମସ୍ତ ଅଭିଯୋଗର ଘଣ୍ଟ ଘୋଡ଼ାଇବା ପାଇଁ ଚାଇନା ସମସ୍ତ ଚେଷ୍ଟା କରୁଛି ବୋଲି କହିଥିଲେ। ଏହାପରେ ଶୁକ୍ରବାର ଚାଇନାର ବୈଦେଶିକ ମନ୍ତ୍ରାଳୟ ଜବାବ ଦେଇ ନିଜ ଉପରୁ ଦୋଷ ଓହ୍ଲାଇଛି।

କରୋନା ଚାଇନାର ଉହାନରୁ ବ୍ୟାପିଛି ବୋଲି ଚାଇନାର ଅନେକ ବିଶେଷଜ୍ଞ ମଧ୍ୟ ଦାବି କରିଛନ୍ତି। ଏବେ ସେମାନେ ଜୀବନ ରକ୍ଷା ପାଇଁ ଦେଶ ବାହାରେ ରହିଛନ୍ତି। ସେହିପରି କରୋନା ବାବଦରେ ଚାଇନାର ଯେଉଁ ଡାକ୍ତର ପ୍ରଥମେ ଖୁଲାସା କରିଥିଲେ ତାଙ୍କୁ ଚାଇନା ସରକାର କିଛି ଦିନ ଗୃହବନ୍ଦୀ କରିବା ପରେ ତାଙ୍କର କରୋନାରେ ମୃତ୍ୟୁ ଘଟିଛି। ପରେ ଚାଇନା ସରକାର କିନ୍ତୁ ଦୋଷ ମାନିବାକୁ ଯାଇ କହିଥିଲେ କରୋନା ଭାଇରସ ଦେଶରେ ବ୍ୟାପିଛି।

ଏହି ଭାଇରସ ସାରା ବିଶ୍ୱରେ ୩.୬ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଗତ ୧୦ ମାସ ମଧ୍ୟରେ ସାରା ପୃଥିବୀରେ ୧ ମିଲିଅନରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ପ୍ରଥମେ ଉହାନରେ ଦେଖାଦେଇଥିଲା। ଏହାପରଠାରୁ ୭୮ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଆମେରିକା ଏହି ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଛି। ଆମେରିକା ପରେ ଭାରତ, ବ୍ରାଜିଲ, ଋଷିଆ ଆଦି ଦେଶ ରହିଛନ୍ତି।

The post ବଦନାମ ହେବାର ୧୦ ମାସ ପରେ ଚୀନ୍ କହିଲା କରୋନା ଅନ୍ୟ ଦେଶରୁ ବ୍ୟାପିଛି appeared first on Odisha Reporter.



from Odisha Reporter https://ift.tt/3nAYO6o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages